ମମିତାଙ୍କ ଗାଁରେ ୧୫ ଜଣିଆ ବିଜେପି ଟିମ୍
ଭୁବନେଶ୍ୱର: ମହାଲିଙ୍ଗ କଲୋଜର ଅଧ୍ୟକ୍ଷା ମମିତା ମେହେରଙ୍କ ମୃତୁ୍ୟ ମାମଲାରେ ଥମୁନି ଝଡ । ଏଥିପାଇଁ ଆଜି ମମିତାଙ୍କ ଗାଁ’ ଝର୍ନୀରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ୧୫ ଜଣିଆ ବିଜେପି ଟିମ୍ ପହଞ୍ଚିଛନ୍ତି । ମମିତାଙ୍କ ଗାଁ’ରେ ପହଞ୍ଚି ତାଙ୍କ ପରିବାର ସହ ବିଜେପି କର୍ମୀମାନେ ଆଲୋଚନା କରିଛନ୍ତି ।
ଏହି ୧୫ଜଣିଆ ଟିମରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ସ୍ଥାନୀୟ ସାଂସଦ ସଙ୍ଗୀତା କୁମାରୀ ସିଂଦେଓ, ପୂର୍ବତନ ଡିଜପିି ପ୍ରକାଶ ମିଶ୍ର, ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ, କେଭି ସିଂଦେଓ, ମୋହନ ମାଝି, ମୁକେଶ ମାହାଲିକ, କନକ ବର୍ଦ୍ଧନ ସିଂଦେଓଙ୍କ ସହ ପ୍ରମୁଖ ନେତାମାନେ ମଧ୍ୟ ଉପସ୍ଥିତ ଅଛନ୍ତି ।
Powered by Froala Editor