ରାଜଧାନୀରେ ସେକ୍ସ ରାକେଟ ଠାବ ; ୪ ଯୁବତୀ ଉଦ୍ଧାର
ଭୁବନେଶ୍ବର: ରାଜଧାନୀରେ ଏକ ବଡଧରଣର ସେକ୍ସ ରାକେଟ ଠାବ ହୋଇଛି । ଚାକିରି ଦେବା ନାଁରେ ଯୁବତୀଙ୍କୁ ଡକାଇ ଦେହ ବ୍ୟବସାୟ ପାଇଁ କରୁଥିଲେ ବାଧ୍ୟ । ଜଣେ ଯୁବତୀଙ୍କ ଅଭିଯୋଗ ଆଧାରରେ ପୋଲିସ ସତ୍ୟବିହାର ଅଞ୍ଚଳରେ ଥିବା ଲକ୍ଷ୍ମୀ କନସଲଟାନ୍ସି ଉପରେ ରେଡ କରି ୪ ଯୁବତୀଙ୍କୁ ଉଦ୍ଧାର କରିବା ସହ ଦଲାଲକୁ କରିଛି ଗିରଫ ।
ଏହି ଅଞ୍ଚଳରେ କନ୍ସଲଟାନ୍ସି ଆଳରେ ଦଲାଲ ଚଲାଇଥିଲା ଦେହ ବ୍ୟବସାୟ କାରବାର । ଏଥିପାଇଁ ମଞ୍ଚେଶ୍ବର ଥାନା ସତ୍ୟବିହାର ଅଞ୍ଚଳରେ ଖୋଲିଥିଲା ଲକ୍ଷ୍ମୀ କନସଲଟାନ୍ସି ନାଁରେ ଅଫିସ । ଯୁବତୀଙ୍କୁ ଚାକିରି ପାଇଁ ଡକାଯାଉଥିଲା ଭୁବନେଶ୍ଵର । ନୀରିହ ଯୁବତୀ ଚାକିରି ପାଇବା ପାଇଁ ଅଫିସ ଆସିବା ପରେ ପ୍ରଥମେ ଭଲ ଦରମାରେ ଭଲ ଚାକିରି ମିଳିବ କହି ଉସୁକାଉଥିଲେ । ପରେ ଯୁବତୀଙ୍କ ପରିସ୍ଥିତି ଦେଖି ଦେହ ବ୍ୟବସାୟରେ ସାମିଲ ପାଇ ବାଧ୍ୟ କରୁଥିଲେ । ଏଥିପାଇଁ କିଛି କର୍ପୋରେଟ ହାଉସର ବ୍ୟବସାୟୀଙ୍କ ସହ ନେତାଙ୍କ ପାଇଁ ଯୋଗାଡ ହେଉଥିଲେ ଯୁବତୀ ।ଏପରିକି ବଡ ବଡ କାର୍ୟକ୍ରମରେ ଫୁଲ ତୋଡା ଦେବା ପାଇ ସୁନ୍ଦରୀ ଯୁବତୀ ଆବଶ୍ୟକ କହି ହୋଟେଲକୁ ପଠାଉଥିଲେ। ପରେ ରାତିରେ ରହିବା ପାଇ ଵାଧ୍ୟ କରାଯାଉଥିଲା ।
ଏହିଭଳି ଢଙ୍ଗରେ ଜଣେ ଯୁବତୀଙ୍କୁ ଚାକିରି ଦେବା ଆଶା ଦେଖାଇ ଡକାଇବା ପରେ ଏଭଳି ଘଟଣା ସାମନାକୁ ଆସିଥିଲା । ଯୁବତୀ ଜଣକ ଘଟଣା ବିଷୟରେ ଜାଣି ପୋଲିସ ନିକଟରେ ଅଭିଯୋଗ କରିଥିଲେ ।ଏନେଇ ପୋଲିସ ସତ୍ୟବିହାର ଅଞ୍ଚଳରେ ଥିବା ଲକ୍ଷ୍ମୀ କନସଲଟାନ୍ସି ରେଡ କରିଥିଲା ।
Powered by Froala Editor