ବିଦ୍ୟୁତ୍ ସଟ୍ସର୍କିଟ୍: ଜଳିଗଲେ ଦମ୍ପତି

କେନ୍ଦୁଝର: ବିଦ୍ୟୁତ୍ ସଟ୍ସର୍କିଟ୍ରୁ ଜଳିଗଲେ ଦମ୍ପତି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ବଳଦା ଗାଁରେ । ତେବେ ସ୍ୱଭାଗ୍ୟବଶତଃ ୯ ବର୍ଷର ଶିଶୁ ଅଳ୍ପକେ ବର୍ତ୍ତି ଯାଇଛି । ମୃତକ ହେଲେ ପୂର୍ଣ୍ଣ ଚନ୍ଦ୍ର ଦେହୁରୀ (୩୫) ଓ ତାଙ୍କ ପତ୍ନୀ ଲକ୍ଷ୍ମୀ ଦେହୁରୀ (୩୩) । ପୁଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏହି ଘଟଣା ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି । ସେପଟେ ସଟ୍ସର୍କିଟ୍ରୁ ନିଆଁ ଲାଗି ଘରର ଆସବାବପତ୍ର ଜଳିପୋଡ଼ି ପାଉଁଶ ହୋଇଯାଇଛି । ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।
Powered by Froala Editor