ଭୁବନେଶ୍ୱରରୁ ଧଳାଜହର ଜବତ
ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରୁ ବିପୁଳ ପରିମାଣର ଧଳାଜହର ଜବତ୍ କରିଛି କମିଶନରେଟ୍ ପୋଲିସ୍ । ରାଜଧାନୀ ଉପକଣ୍ଠ ଏୟାରଫିଲଡ୍ ଥାନା ଅଞ୍ଚଳରେ ଧଳାଜହର କାରବାର ଚାଲୁଥିବା ନେଇ କମିଶନରେଟ୍ ପୋଲିସ୍ ବିଶେଷ ସୂତ୍ରରୁ ସୂଚନା ପାଇ ଚଢାଉ କରି ପ୍ରାୟ ୨୫୦ ଗ୍ରାମ ବ୍ରାଉନସୁଗାର ଜବତ୍ କରିଥିବା ସୂଚନା ମିଳିଛି ।
ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି । ଏହି ମାମଲାରେ ପୋଲିସ୍ ଜଣକୁ ଗିରଫ କରିଛି । ଏହି ନିଶା ବେପାରୀ ଜଣଙ୍କ ଉତ୍ତରପ୍ରଦେଶର ବୋଲି ଜଣାପଡିଛି ।
ଏମାନଙ୍କ ଚେର ରାଜ୍ୟ ଭିତରେ ରହିଥିବା ସନ୍ଦେହ କରି ପୋଲିସ୍ ଏମାନଙ୍କ ମୂଳ ଖୋଜିବା ପାଇଁ ତଦନ୍ତ ଆରମ୍ଭ କରିଛି।
Powered by Froala Editor