ମୁଖ୍ୟମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିବୁ:ପ୍ରଦୀପ
ଭୁବନେଶ୍ୱର: ବିଜେଡି ରାଜ୍ୟରେ ସ୍ଥିର ସରକାର ଦେବାରେ ସଫଳ ହୋଇଛି । ମୋ ସହ ବହୁ କଂଗ୍ରେସ କର୍ମୀ ବିଜେଡିରେ ମିଶି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବୁ । ବର୍ତ୍ତମାନ କଂଗ୍ରେସ ସହ ପାଦ ମିଶାଇ ଚାଲିବା ସମ୍ଭବ ନୁହେଁ । ବିଜେଡି ପ୍ରତି ନିର୍ବାଚନରେ ସଂଖ୍ୟା ବୃଦ୍ଧି କରି ଦେଶରେ ଇତିହାସ କରିଛି । ତେଣୁ ଅଭିଭକ୍ତ କୋରାପୁଟ ତଥା ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ବିଜେଡିରେ ସାମିଲ ହେବୁ । ଏଭଳି କହିଛନ୍ତି ନିକଟରେ ହାତ ଛାଡ଼ିଥିବା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ।
ଆଜି ଶ୍ରୀ ମାଝୀ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ନବରଙ୍ଗପୁରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମାଝୀ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ଆଉ ଏହି ସାମ୍ବାଦିକ ସମ୍ମିଳନୀରେ ସେ ଏକ ବଡ଼ ଘୋଷଣା କରିଛନ୍ତି । ସେ ବିଜେଡିରେ ମିଶିବେ ବୋଲି ଘୋଷଣା କରିଛନ୍ତି । ଫଳରେ ପ୍ରଦୀପ ବିଜେଡିରେ ମିଶିବା ପାଇଁ କଂଗ୍ରେସ ଛାଡ଼ିଥିବା ନେଇ ଚର୍ଚ୍ଚା ହେଉଥିଲା ସେଥିରେ ଖୋଦ ପ୍ରଦୀପ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ଚର୍ଚ୍ଚାକୁ ସତରେ ପରିଣତ କରିଛନ୍ତି ପ୍ରଦୀବ । ଖୁବ ଶୀଘ୍ର ସେ ବିଜେଡିରେ ସାମିଲ ହେବେ ବୋଲି ଆଜି ଘୋଷଣା କରିଛନ୍ତି ।
ସବୁଠୁ ବଡ଼ କଥା ହେଲା ଯେ, ନିଜେ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହେବାକୁ ଯାଉଥିବା ପ୍ରଦୀପ ମାଝୀ ଅନ୍ୟ କଂଗ୍ରେସ ନେତା ଓ କର୍ମୀଙ୍କୁ ବି ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି ଯେ, ଏହି ଅଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତିବଦ୍ଧ । ଅବିଭକ୍ତ କୋରାପୁଟ ଜିଲ୍ଲାବାସୀ ସେହି ସ୍ରୋତରେ ସାମିଲ ହୁଅନ୍ତୁ ।
ପ୍ରକାଶଯେ, ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଗତ ଦୁଇ ଦିନ ତଳୁ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଏଆଇସିସି ସଭାପତି ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ସେ ଇସ୍ତଫା ଦେଇଥିଲେ । ଦଳରେ ଜନସେବାର ସୁଯୋଗ ସେ ଦୁଃଖ ଓ କଷ୍ଟର ସହ କଂଗ୍ରେସରୁ ଇସ୍ତଫା ଦେଇଥିଲେ ।
Powered by Froala Editor