ରାଜ୍ୟରେ ୪୪୭ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୪ ମୃତ
ଭୁବନେଶ୍ୱର: ରାଜ୍ୟରେ ଦିନକ ମଧ୍ୟରେ ୪୪୭ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୨୬୦ ଓ ସ୍ଥାନୀୟ ସଂକ୍ରମିତ ୧୮୭ ଅଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୭୮ ଜଣ ରହିଥିବା ଜଣାଯାଇଛି। ଆଜି ଚିହ୍ନଟଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଓ କଟକରୁ ୬୨ ଜଣ ରହିଥିବା ବେଳେ ଷ୍ଟେଟପୁଲରୁ ୪୩, ରାୟଗଡ଼ାରୁ ୩୧, ସମ୍ବଲପୁରରୁ ୨୪, ମୟୁରଭଞ୍ଜରୁ ୧୭, ବାଲେଶ୍ୱରରୁ ୧୩ ଓ ଜଗତସିଂହପୁରରୁ ୧୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଗତକାଲି ୪୮୨ ଜଣ ସୁସ୍ଥ ହେବା ପରେ କରୋନା ଜନିତ ମୋଟ ଆରୋଗ୍ୟ ସଂଖ୍ୟା ୧୦ ଲକ୍ଷ ୨୫ ହଜାର ୫୦୭କୁ ବୃଦ୍ଧି ପାଇଛି। ଏବେ ରାଜ୍ୟରେ କରୋନା ସଂକ୍ରମିତ ସକ୍ରିୟ ଚିକିତ୍ସାଧୀନ ସଂଖ୍ୟା ୪ ହଜାର ୫୪୨ ରହିଛି। ଆଜି ସୁଦ୍ଧା ରାଜ୍ୟରେ ୨ କୋଟି ୧୫ ଲକ୍ଷ ୨୦ ହଜାର ୪୨୪ କରୋନା ନମୁନା ପରୀକ୍ଷା ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ରାଜ୍ୟରେ କରୋନାରେ ଆଉ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବିଶେଷଜ୍ଞ କମିଟି ସ୍ପଷ୍ଟ କରିବା ପରେ ମୋଟ ମୃତ୍ୟୁ ସଂଖ୍ୟା ୮୩୦୫କୁ ବୃଦ୍ଧି ପାଇଛି।
Powered by Froala Editor