ସୁଜି କିପରି ତିଆରି ହୁଏ ଜାଣନ୍ତୁ
![ସୁଜି କିପରି ତିଆରି ହୁଏ ଜାଣନ୍ତୁ](https://odishanewslens.com/news_gallery/7360_1635050521.jpg)
ବ୍ରେକଫାଷ୍ଟ ହେଉ କି ଲଞ୍ଚ କିମ୍ବା ଡିନର, ସୁଜିରେ ବିଭିନ୍ନ ପ୍ରକାର ଡିସ୍ ତିଆରି କରି ଆମେ ଖାଇଥାଉ । ଯେମିତିକି ଇଡଲି, ଉପମା, ଢୋକଲା, କେକ୍, ଗୁଲାବ ଜାମୁନ, ପିଠା ଇତ୍ୟାଦି । ସୁଜିରେ ଅଳ୍ପ ପରିମାଣରେ କୋଲେଷ୍ଟ୍ରଲ ଓ ଫ୍ୟାଟ ଥିବାରୁ ଏହାକୁ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ । ସୁଜିକୁ ଇଂରାଜୀରେ ସାମୋଲିନା କୁହାଯାଏ ଓ ଅନେକ ଏହାକୁ ରାଭା ବୋଲି କହିଥାନ୍ତି । କିନ୍ତୁ ଏହା କିପରି ତିଆରି ହୁଏ ଆପଣ ଜାଣନ୍ତିକି?
ପ୍ରଥମେ ଗହମକୁ ଭଲ ଭାବେ ଧୋଇ ସଫା କରାଯାଏ । ପରେ ଏହାକୁ ଶୁଖାଯାଏ । ଗହମ ଭଲ ଭାବେ ଶୁଖିଗଲା ପରେ ଗହାମର ଉପର ସ୍ତରକୁ ବାହାର କରିଦିଆଯାଏ ଓ ତାପରେ ମିଲରେ ଗହମକୁ ଛୋଟଛୋଟ ଖଣ୍ଡରେ ପେସା ଯାଇଥାଏ । ଏହି ଛୋଟ ଛୋଟ ଖଣ୍ଡକୁ ସୁଜି କୁହାଯାଇଥାଏ ।
ସୁଜି ଖାଇବା ଦ୍ୱାରା ଶରୀରକୁ ଅନେକ ପ୍ରକାର ଲାଭ ମିଳିଥାଏ । ଗହମରେ ପ୍ରଚୁର ପରିମାଣରେ କାର୍ବୋହାଇଡ୍ରେଟ ଥିବାରୁ ଏହା ଶରୀରରେ ଶକ୍ତି ବୃଦ୍ଧି କରିଥାଏ । ସୁଜିରେ କ୍ୟାଲସିୟମ ଭରପୂର ଥିବାରୁ ହାଡ ମଜବୁତ୍ ରହିଥାଏ । ଏହା ସହିତ ଏଥିରେ ଲୌହ ମଧ୍ୟ ରହିଛି । ତେଣୁ ଏହାକୁ ଖାଇବା ଦ୍ୱାରା ରକ୍ତ ସଞ୍ଚାଳନରେ ଉନ୍ନତି ହୋଇଥାଏ ।
Powered by Froala Editor