ବିଜେପି କର୍ମୀ ଓ ପୁଲିସ ମୁହାଁମୁହିଁ
ଭୁବନେଶ୍ୱର: ଭୁବନେଶ୍ୱର ଶିଶୁ ଭବନ ଛକରେ ମହିଳା ବିଜେପି କର୍ମୀ ଓ ପୁଲିସ ମୁହାଁମୁହିଁ ହୋଇଛନ୍ତି । ମହିଳା ବିଜେପି କର୍ମୀ ଓ ପୁଲିସ ଧସ୍ତାଧସ୍ତି ହୋଇଛନ୍ତି । ନବୀନ ନିବାସ ଆଡ଼କୁ ଯିବା ବେଳେ ପୁଲିସ ଅଟକାଇବାରୁ ଏହି ଧସ୍ତାଧସ୍ତି ହୋଇଛି । ନବୀନ ନିବାସ ଅଭିମୁଖେ କୋକେଇ ଯାତ୍ରା ବେଳେ ମହିଳା ବିଜେପି କର୍ମୀ ଓ ପୁଲିସ ମୁହାଁମୁହିଁ ହୋଇଛନ୍ତି ।
ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ଏବେ ସାରା ରାଜ୍ୟ ଉଠୁଛି ପଡ଼ୁଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତାର ସହଯୋଗୀ ରାଧେକୁ ଗିରଫ କରାଯାଇଥିବାବେଳେ ଏଥିରେ ସମ୍ପୃକ୍ତି ଅଭିଯୋଗରେ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି ହୋଇଆସୁଛି । ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି ନେଇ ଗତ କିଛି ଦିନ ହେଲା ବିରୋଧୀ ତୁମ୍ଭିତୋଫାନ କରିଆସୁଛନ୍ତି ।
ତେବେ ମମିତା ମେହେର ହତ୍ୟା ମାମଲରେ ଶନିବାର ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଅଭିନବ ପ୍ରତିବାଦ କରାଯାଇଥିଲା । ନବୀନ ନିବାସ ଅଭିମୁଖେ ମହିଳା ମୋର୍ଚ୍ଚାର କୋକେଇ ଯାତ୍ରା ଆରମ୍ଭ କରାଯାଇଥିଲା । ଓଡ଼ିଶାରେ ଆଇନ ବ୍ୟବସ୍ଥା ମୃତ ଅଭିଯୋଗ କରି ଏହି କୋକେଇ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଦଳୀୟ ଅଫିସରୁ ନବୀନ ନିବାସ ଅଭିମୁଖେ ଏହି ଶୋଭାଯାତ୍ରା ବାହାରିଥିବାବେଳେ ପୁଲିସ ପକ୍ଷରୁ ସେମାନଙ୍କୁ ଶିଶୁଭବନ ଛକରେ ଅଟକା ଯାଇଥିଲା । ବ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ମାମଲାର ସିବିଆଇ ତଦନ୍ତ ଦାବିରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏହି ଶୋଭାଯାତ୍ରା କରାଯାଇଥିଲା ।
Powered by Froala Editor