୧୪ ବର୍ଷ ପରେ ଟଙ୍କାଏରୁ ୨ ଟଙ୍କା ହେବ ଦିଆସିଲି
ଦୀର୍ଘ ୧୪ ବର୍ଷ ପରେ ବଢିଛି ଦିଆସିଲି ଦର । ଆସନ୍ତା ଡିସେମ୍ବରରୁ ଦିଆସିଲି ଦର ବକ୍ସ ପିଛା ୧ ଟଙ୍କା ବୃଦ୍ଧି ପାଇବ । ନୂଆ ମୂଲ୍ୟ ୨ ଟଙ୍କା ହେବ । ଏ ସମ୍ପର୍କରେ ନିଷ୍ପତ୍ତି ଅଲ୍ ଇଣ୍ଡିଆ ଚ୍ୟାମ୍ବର୍ସ ଅଫ୍ ମ୍ୟାଚିସ୍ର ଏକ ବୈଠକରେ ଗ୍ରହଣ କରାଯାଇଛି।
ବୈଠକରେ ଦେଶର ୫ ପ୍ରମୁଖ ମ୍ୟାଚିସ୍ ଉଦ୍ୟୋଗର ପ୍ରତିନିଧି ଯୋଗ ଦେଇଥିଲେ। ସର୍ବସମ୍ମତିକ୍ରମେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଫଳରେ ଦୀର୍ଘ ୧୪ ବର୍ଷ ପରେ ପୁଣି ଦିଆସିଲି ଦାମ ବଢ଼ିବାକୁ ଯାଉଛି। କଞ୍ଚାମାଲର ବୃଦ୍ଧି ଯୋଗୁ ଦିଆସିଲି ଦାମ ବଢ଼ାଇବାକୁ ସ୍ଥିର ହୋଇଛି। ଲାଲ୍ ଫସରଫରସ, ମହମ, ଏବଂ ଓ୍ବାକ୍ସ ବୋର୍ଡର ଆବଶ୍ୟକତା ହୋଇଥାଏ। ସେହିପରି ପେଟ୍ରୋଲ ଡିଜେଲ ଦାମରେ ବୃଦ୍ଧି ଘଟିଥିବାରୁ ପରିବହନରେ ମଧ୍ୟ ଅଧିକ ଖର୍ଚ୍ଚ ହେଉଥିବା ବୈଠକରେ କୁହାଯାଇଥିଲା।
ରିପୋର୍ଟ ଅନୁଯାୟୀ, ଶେଷ ଥର ପାଇଁ ୨୦୦୭ ମସିହାରେ ଦିଆସିଲି ମୂଲ୍ୟ ବୃଦ୍ଧି କରାଯାଇଥିଲା । ତା'ପରେ ମ୍ୟାଚ୍ ମୂଲ୍ୟ ୫୦ ପଇସା ବୃଦ୍ଧି କରାଯାଇଥିଲା । ଏହା ପରେ ମ୍ୟାଚ୍ ବକ୍ସର ମୂଲ୍ୟ ୧.୦୦ ଟଙ୍କା ଥିଲା ।
Powered by Froala Editor