ବଡ଼ ଖବର: ଚର୍ଚ୍ଚାକୁ ଆସିଲା ରୁମ ନଂ ୨୦, କାହିଁକି ଜାଣନ୍ତୁ
ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍ସାଇନ୍ ପବ୍ଲିକ୍ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଶନିବାର ଏକ ବଡ଼ ଖବର ସାମନାକୁ ଆସିଛି । ଚର୍ଚ୍ଚାକୁ ଆସିଲା ରୁମ ନଂ ୨୦ । ଯୁକ୍ତ ୩ ଲେଡିଜ ହଷ୍ଟେଲର ରୁମ ନଂ ୨୦ରେ ଏକ ଭିନ୍ନ ତାଲା ପଡ଼ିଥିବା ଦେଖିବାକୁ ମିଳିଛି । ହଷ୍ଟେଲ ତମାମ ସବୁ ରୁମରେ ଗୋଟିଏ ପ୍ରକାର ତାଲା ପଡ଼ିଛି । ମାତ୍ର ଚର୍ଚ୍ଚାରେ ଥିବା ରୁମ ନଂ ୨୦ରେ ଅଲଗା ତାଲା ପଡ଼ିଛି । ରୁମ ନଂ ୨୦ରେ ଗୋବିନ୍ଦ ସାହୁ ପ୍ରମାଣ ନଷ୍ଟ କରିଥିବା ଆଶଙ୍କା କରାଯାଉଛି । ପୁଲିସ କାହିଁକି ରୁମ ନଂ ୨୦ର ତଲାସୀ କରୁନି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରୁମ ନଂ ୨୦ର ଅନ୍ତେବାସୀମାନଙ୍କୁ ପଚରାଉଚରା କରାଯାଇଥିଲେ ହେଁ ରୁମ ଖାନତଲାସୀ ହୋଇନଥିବା ଜଣାଯାଇଛି ।
ଗତକାଲି ଭୋରରେ ଗୋବିନ୍ଦ ସାହୁକୁ ମହାଲିଙ୍ଗ ଷ୍ଟାଡିୟମକୁ ଅଣାଯାଇଥିଲା, ଯେଉଁଠି ସେ ମମିତାଙ୍କୁ ପୋଡ଼ିବା ପରେ ପୋତି ଦେଇଥିଲା। ଷ୍ଟାଡିୟମରେ ପ୍ରାୟ ୧୫ ମିନିଟ୍ ଧରି ସିନ୍ ରିକ୍ରିଏସନ୍ କରାଯାଇଥିଲା। ମମିତାଙ୍କୁ ସେ କେମିତି ପୋଡ଼ିଥିଲା ଓ କେମିତି ପୋତିଥିଲା- ସବୁ କରି ଦେଖାଇଥିଲା। ଏହି ସମୟରେ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଓ ବଲାଙ୍ଗିର ଏସ୍ପି ନୀତୀନ କୁଶଲକର ସେଠାରେ ଉପସ୍ଥିତ ଥିଲେ।
Powered by Froala Editor