ନିର୍ବାଚନ ପାଇଁ ବିଜୁ ଜନତା ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ:ପ୍ରତାପ ଜେନା
ଭୁବନେଶ୍ବର: ଆଗାମୀ ପଞ୍ଚାୟତ ନିର୍ବାଚନ ୨୦୨୨ କୁ ନେଇ ଚଳଚଞ୍ଚଳ ରାଜନୈତିକ ଦଳ । ପ୍ରସ୍ତୁତିରେ ଲାଗିପଡିଛନ୍ତି ନେତା କର୍ମୀ । ଏହାସହ ରାଜ୍ୟ ନିର୍ବାଚନ କମିଶନର ମଧ୍ୟ ସମସ୍ତ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି । ଆଉ ପଞ୍ଚାୟତ ନିର୍ବାଚନକୁ ନେଇ ବିଜେଡି ନେତା ତଥା ରାଜ୍ୟ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ନିର୍ବାଚନ ପାଇଁ ବିଜୁ ଜନତା ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ।
ଶୁକ୍ରବାର ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ପଞ୍ଚାୟତ ନିର୍ବାଚନ ନେଇ ବିଜୁ ଜନତା ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ନିର୍ବାଚନକୁ ବିଜେଡି ସବୁବେଳେ ଗୁରୁତ୍ବର ସହ ନିଏ । ସେଥିପାଇଁ ବର୍ଷତମାମ ପ୍ରସ୍ତୁତି ଜାରି ରହିଥାଏ । କେବଳ ନିର୍ବାଚନ ନୁହେଁ ବିଜେଡି ବର୍ଷକ ବାର ମାସ ଲୋକଙ୍କ ସାଙ୍ଗରେ ଥାଏ ବୋଲି ପ୍ରତାପ କହିଛନ୍ତି ।ସେହିପରି ପ୍ରତାପ କହିଛନ୍ତି ଆମ ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଲୋକଙ୍କ ସାଥିରେ ଅଛନ୍ତି । ବନ୍ୟା, ବାତ୍ୟା, ମରୁଡି ସହ କୋଭିଡ ଭଳି ସବୁ ସ୍ଥିତିରେ ଲୋକଙ୍କ ସହିତ ଅଛନ୍ତି । ଲୋକ ମଧ୍ୟ ଆମ ନେତାଙ୍କ ସହିତ ରହିଛନ୍ତି ।ସେହିଭଳି ସଂରକ୍ଷଣ ନେଇ ଆସୁଥିବା ଅଭିଯୋଗ ନେଇ ପଞ୍ଚାୟତରାଜ ମନ୍ତ୍ରୀ କହିଛନ୍ତି ଯାହା ବି ଅଭିଯୋଗ ରହିବ ସମସ୍ତ ଅଭିଯୋଗର ଅନାଲିସିସ କରି ପଦକ୍ଷେପ ନେବୁ ।
Powered by Froala Editor