‘ଅଭ୍ୟାସ’ର ସଫଳ ପରୀକ୍ଷଣ
ଚାନ୍ଦିପୁରର ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ (ଆଇଟିଆର)ରୁ ହାଇସ୍ପିଡ୍ ଏକ୍ସପେଣ୍ଡେବଲ୍ ଏରିୟଲ୍ ଟାର୍ଗେଟ (ହିଟ୍) ବା ‘ଅଭ୍ୟାସ’ର ପରୀକ୍ଷଣ ସଫଳ ହୋଇଛି । ଏହି ଉତକ୍ଷେପଣ କରିଛି ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ(ଡିଆରଡିଓ) । ‘ଅଭ୍ୟାସ’ହେଉଛି ଏକ ଚାଳକ ବିହୀନ ଦ୍ରୁତଗାମୀ ଟାର୍ଗେଟ୍ ଏୟାରକ୍ରାଫ୍ଟ । ଏହା ରାଡାର ଓ ଇଲେକ୍ଟ୍ରୋ ଅପଟିକ ସିଷ୍ଟମ୍ ଦ୍ବାରା ପରିଚାଳିତ ହୋଇଥାଏ । ବିଭିନ୍ନ କ୍ଷେପଣାସ୍ତ୍ର ଓ ବିମାନର ପରୀକ୍ଷଣବେଳେ ଏହାକୁ ଆକାଶରେ ଦ୍ରୁତ ଗତି କରୁଥିବା ଏକ ଟାର୍ଗେଟ ବା ଲକ୍ଷ୍ୟଭାବେ ବ୍ୟବହାର କରାଯିବ।
ଅଭ୍ୟାସ ଏକ ଛୋଟ ଗ୍ୟାସ ଟର୍ବାଇନ ଇଞ୍ଜିନ ଏବଂ ଏହା ଏମଇଏମଏସ ନାଭିଗେସନ୍ ସିଷ୍ଟମରେ କାମ କରେ। ପରୀକ୍ଷଣ ସମୟରେ ଧ୍ୱନି ବେଗରେ ପୂର୍ବ ନିର୍ଦ୍ଧାରିତ ଉଡ଼ାଣ ପଥରେ ଏକ ଗ୍ରାଉଣ୍ଡ ଆଧାରିତ ନିୟନ୍ତ୍ରଣରୁ ଟାର୍ଗେଟକୁ ଉତକ୍ଷେପଣ କରାଯାଇଥିଲା।
Powered by Froala Editor