ଛୁଞ୍ଚିରେ ନୁହେଁ, ଫାର୍ମା ଡେପଥ୍ ଟେକ୍ନୋଲୋଜିରେ ପିଲାଙ୍କୁ ଦିଆଯିବ ଟିକା
୨ ରୁ ୧୮ ବର୍ଷ ପିଲାଙ୍କୁ କରୋନା ଟିକା ଦେବାପାଇଁ ରାଜ୍ୟରେ ପ୍ରସ୍ତୁତି ଆରମ୍ଭ ହୋଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଥି ନିମନ୍ତେ ଆଭାସୀ ମାଧ୍ୟମରେ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ଯେ, ବିନା ଛୁଞ୍ଚିରେ ଶିଶୁଙ୍କୁ ଟିକା ଦିଆଯିବ। ଯେହେତୁ ପିଲାମାନେ ଇଞ୍ଜେକସନକୁ ଡରନ୍ତି, ତେଣୁ ସେମାନଙ୍କୁ ଫାର୍ମା ଡେପଥ୍ ଟେକ୍ନୋଲୋଜି (Pharma Depth Technology) ମାଧ୍ୟମରେ ଟିକା ଦିଆଯିବ।
ରାଜ୍ୟରେ ୨ ରୁ ୧୮ ବର୍ଷ ମଧ୍ୟରେ ପ୍ରାୟ ୧ କୋଟି ୪୦ ଲକ୍ଷ ପିଲା ଅଛନ୍ତି । ଯେକୌଣସି ମୁହୂର୍ତ୍ତରେ କେନ୍ଦ୍ରରୁ ଅନୁମତି ମିଳିଲେ ଏବଂ ଟିକା ଆସିଲେ ସେମାନଙ୍କୁ ଟିକା ପ୍ରଦାନ କରାଯିବ ବୋଲି ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟର ୨ ରୁ ୧୮ ବର୍ଷ ପିଲାଙ୍କୁ ଅତି କମରେ ଗୋଟିଏ ଡୋଜ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି ।
Powered by Froala Editor