ପୂଜା ବୁଲିଲେ, ମାନିଲେନି କଟକଣା: କୋଲକାତାରେ ପୁଣି ଖୋଲିବ କ୍ୱାରେଣ୍ଟାଇନ ସେଣ୍ଟର
ପଶ୍ଚିମବଙ୍ଗରେ ଦୁର୍ଗାପୂଜା ପରେ କୋଭିଡ ସଂକ୍ରମଣ ଦୁଇଗୁଣା ବୃଦ୍ଧି ପାଇଛି। ସ୍ଥିତି ଏପରି ହୋଇଛି ଯେ ସୋମବାର ଠାରୁ କୋଲକାତାରେ ଥିବା ସମସ୍ତ ସେଫ ହାଉସ ଓ କ୍ୱାରେଣ୍ଟାଇନ ସେଣ୍ଟର ପୁଣି ଖୋଲିବ। ଆଇସୋଲେସନରେ ରହିବାକୁ ଚାହୁଁଥିବା ଲୋକମାନଙ୍କୁ ଏଠାରେ ସବୁ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦିଆଯିବ।
ଦୁର୍ଗାପୂଜା ବେଳେ ଲୋକମାନେ ମାସ୍କ କିମ୍ବା ସାମାଜିକ ଦୂରତା ନିୟମକୁ ପାଳନ କରି ନଥିଲେ। ଏଥିପାଇଁ ୨୪୨ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସଂକ୍ରମିତ ହୋଇଥିବା ଲୋକଙ୍କ ମଧ୍ୟରେ ୧୫୦ ଜଣ ଟିକାର ଦୁଇଟି ଯାକ ଡୋଜ୍ ନେଇଥିବା ବେଳେ ୧୫ ଜଣ ଗୋଟିଏ ଲେଖାଏ ଡୋଜ୍ ନେଇଛନ୍ତି। ତଥାପି ସମସ୍ତଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। କଟକଣା କୋହଳ ହେବାରୁ ସଂକ୍ରମଣ ବଢ଼ିଲା ବୋଲି କୋଲକାତା ମ୍ୟୁନିସିପାଲ କର୍ପୋରେଶନର ସ୍ବାସ୍ଥ୍ୟ ଅଧିକାରୀ ଅତିନ ଘୋଷ କହିଛନ୍ତି। ଅତିନ ଘୋଷ କହିଛନ୍ତି, “ବିପୁଳ ସଂଖ୍ୟାର ଲୋକମାନେ ପୂଜା ପାଳନ ପାଇଁ ଏକାଠି ହେବାରୁ ଆମେ ସ୍ୱାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରିଛୁ।
Powered by Froala Editor