ହତ୍ୟାସ୍ଥଳରେ ଡେମୋ ଦେଖାଇଲା ଗୋବିନ୍ଦ ସାହୁ
ବଲାଙ୍ଗୀର: ଶିକ୍ଷୟିତ୍ରୀ ମମିତା ମେହେର ମର୍ଡର ମାମଲା । ହତ୍ୟାସ୍ଥଳରେ ଡେମୋ ଦେଖାଇଲା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ । ଆଜି ଭୋର ୪ଟାରୁ ଗୋବିନ୍ଦଙ୍କୁ ମହାଲିଙ୍ଗ ଷ୍ଟାଡିୟମକୁ ନେଇ ସିନ୍ ରିକ୍ରିଏସନ କରିଛି ପୋଲିସ । କଡା ସୁରକ୍ଷା ବଳୟ ମଧ୍ୟରେ ଆସିଥିଲା ଅଭିଯୁକ୍ତ ।
ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ଗୋବିନ୍ଦ ସାହୁ ଆଜି ଡେମୋ ଦେଖାଇଥିଲା। ଆଜି ଭୋରରେ ତାକୁ ମହାଲିଙ୍ଗ ଷ୍ଟାଡିୟମକୁ ଅଣାଯାଇଥିଲା, ଯେଉଁଠି ସେ ମମିତାଙ୍କୁ ପୋଡ଼ିବା ପରେ ପୋତି ଦେଇଥିଲା। ଷ୍ଟାଡିୟମରେ ପ୍ରାୟ ୧୫ ମିନିଟ୍ ଧରି ସିନ୍ ରିକ୍ରିଏସନ୍ କରାଯାଇଥିଲା। ମମିତାଙ୍କୁ ସେ କେମିତି ପୋଡ଼ିଥିଲା ଓ କେମିତି ପୋତିଥିଲା- ସବୁ କରି ଦେଖାଇଥିଲା। ଏହି ସମୟରେ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଓ ବଲାଙ୍ଗିର ଏସ୍ପି ନୀତୀନ କୁଶଲକର ସେଠାରେ ଉପସ୍ଥିତ ଥିଲେ।
ଯେଉଁ ସ୍ଥାନରେ ଗୋବିନ୍ଦ ସାହୁ କାର୍ରେ ମମିତାଙ୍କୁ ତଣ୍ଟି ଚିପି ମାରିଥିଲା, ସେଠାରେ ବି ସିନ୍ ରିକ୍ରିଏସନ୍ କରାଯାଇଥିଲା।ଚାନ୍ଦୋତରା ଛକରୁ ଆରମ୍ଭ କରି ଷ୍ଟାଡିୟମ ପର୍ୟ୍ୟନ୍ତ କ୍ରାଇମ୍ ସିନ୍ ରିକ୍ରିଏସନ୍ କରାଯାଇଥିଲା।
ଗତକାଲି ମହାଲିଙ୍ଗ ଷ୍ଟାଡିୟମରେ ଦୀର୍ଘ ସମୟ ଧରି ଖାନ୍ତଲାସୀ କରାଯାଇଥିଲା। ଯେଉଁଠି ମମତାଙ୍କୁ ପୋତି ଦିଆଯାଇଥିଲା, ସେହି ସ୍ଥାନକୁ ଖୋଳାଖୋଳି କରାଯାଇଥିଲା। ସେହି ସ୍ଥାନରୁ ମୋବାଇଲ୍ ଭଳି କିଛି ଜିନିଷ ମିଳିଥିବା କୁହାଯାଉଛି। ଏହି ସମୟରେ ମଧ୍ୟ ଉତ୍ତରାଞ୍ଚଳ ଡିଆଇଜି ଓ ଏସ୍ପି ଉପସ୍ଥିତ ଥିଲେ। ପରେ ସେମାନେ ସନ୍ସାଇନ୍ ସ୍କୁଲ୍ର ଗର୍ଲସ ହଷ୍ଟେଲ ଯାଇ ଯାଞ୍ଚ କରିଥିଲେ।
ଅନ୍ୟପକ୍ଷରେ ଗତକାଲି ଏହି ହତ୍ୟାକାଣ୍ଡ ମାମଲାରେ ଆଉ ଜଣଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ତାଙ୍କ ନାଁ ରାଧେ। ସେ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ସହଯୋଗ କରିଥିଲା ବୋଲି ଜଣାପଡ଼ିଛି। ସେହିପରି ଏହି ଘଟଣାରେ ପୁଲିସ୍ ଅଟକ ରଖିଥିବା ଜେସିବି ଡ୍ରାଇଭର ପୁଷ୍କର ଭୋଇ ଓ ମୁନ୍ସୀ ଗୁପ୍ତେଶ୍ୱର ତାଣ୍ଡି ରାଜସାକ୍ଷୀ ହେବେ ବୋଲି ପୁଲିସ୍ କହିଛି।
Powered by Froala Editor