ରାଜନୈତିକ ହିଂସାରେ ଯାଇଛି ୫୦ ହଜାର ଜୀବନ
କୋଲକାତା : ରାଜନୈତିକ ହିଂସା କଥା ଉଠିଲେ ପ୍ରଥମେ ପଶ୍ଚିମବଙ୍ଗ କଥା ସାମ୍ନାକୁ ଆସିଯାଏ । ରାଜନୈତିକ ହିଂସା ପାଇଁ ହଜାର ହଜାର ଲୋକଙ୍କର ମୃତୁ୍ୟ ଘଟିଥିବାବେଳେ ଲକ୍ଷାଧିକ ଆହତ ବି ହୋଇଛନ୍ତି । ବାମପନ୍ଥୀଙ୍କ ୩୪ ବର୍ଷର ଶାସନ ହେଉ ଅବା ମମତାଙ୍କ ଦଶବର୍ଷର ଶାସନ ସବୁବେଳେ ରାଜନୈତିକ ହିଂସାରେ ଜର୍ଜରିତ ହୋଇଛି ପଶ୍ଚିମବଙ୍ଗ ।
୧୯୯୭ରେ ବାମ ସରକାରଙ୍କ ଗୃହମନ୍ତ୍ରୀ ଥିଲେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ । ୧୯୭୭ରୁ ୧୯୯୬ ମଧ୍ୟରେ ରାଜନୈତିକ ହିଂସାରେ ୨୮ ହଜାର ଲୋକଙ୍କ ପ୍ରାଣ ହାନି ଘଟିଥିଲା ବୋଲି ସେତେବେଳେ ସେ ସୂଚନା ଦେଇଥିଲେ । ଇତିମଧ୍ୟରେ ୨୪ ବର୍ଷ ବିତିଯାଇଛି । ରାଜନୈତିକ ହିଂସା ବି ପୂର୍ବଭଳି ଜାରିରହିଛି । ଫଳରେ ରାଜନୈତିକ ହିଂସାରେ ୫୦ ହଜାରରୁ ଉଦ୍ଧ୍ୱର୍ ଲୋକଙ୍କର ଜୀବନ ଯାଇସାରିଛି ବୋଲି ରାଜନୈତିକ ବିଶ୍ଲେଷକମାନେ ମତପୋଷଣ କରିଛନ୍ତି ।
Powered by Froala Editor