ମମିତାଙ୍କୁ ହତ୍ୟା କରିଥିବା ସ୍ୱୀକାର କଲା ଗୋବିନ୍ଦ!
ଭୁବନେଶ୍ୱର: ମହାଲିଙ୍ଗି ମିଷ୍ଟ୍ରିରେ ଏକ ବଡ଼ ଖବର ସାମନାକୁ ଆସିଛି । ଗୋବିନ୍ଦ ସାହୁ ଅପରାଧ ସ୍ୱୀକାର କରିଥିବା ସୂଚନା ମିଳିଛି । ଜେରା ବେଳେ ପୁଲିସ ଆଗରେ ଗୋବିନ୍ଦ ସାହୁ ମମିତାଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି । ଗୋବିନ୍ଦ ସାହୁଙ୍କ ସମେତ ୪ ଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚୁରା କରୁଛି । ପୁଲିସର ଘନ ଘନ ଜେରା ପରେ ଗୋବିନ୍ଦ ମମିତାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିବା ସୂଚନା ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା ଏନେଇ କୌଣସି ସୂଚନା ଦେଇନାହାଁନ୍ତି ପୋଲିସ । ଗୋବିନ୍ଦଙ୍କ ସହଯୋଗୀ ରାଧେ, ଜେସିବି ଡ୍ରାଇଭର ଓ ଷ୍ଟାଡିୟମ ମୁନସିଙ୍କୁ ଅଟକ ରଖାଯାଇଛି ।
ମମିତାଙ୍କୁ ହତ୍ୟା କରିବା ପାଇଁ ପୂର୍ବରୁ ଷଡଯନ୍ତ୍ର ହୋଇଥିଲା । ଷଡଯନ୍ତ୍ର କରି ମମିତାଙ୍କୁ ଘରୁ ଡକାଯାଇଥିଲା । ଆଉ ଅଧା ରାସ୍ତାରୁ ମମିଲାଙ୍କୁ ଆଣିଥିଲେ ଗୋବିନ୍ଦ । ଗୋବିନ୍ଦ ଏବଂ ଡ୍ରାଇଭରକୁ ଜେରା ସମୟରେ ସତ ମାନିଛନ୍ତି । ୭ତାରିଖରେ ଷ୍ଟାଡିୟମରେ ଗାତ ଖୋଳିବାକୁ କହିଥିଲେ ଗୋବିନ୍ଦ । ଦିନକ ପରେ ଗାତକୁ ପୋତିବା ପାଇଁ ଜେସିବି ଡ୍ରାଇଭରକୁ କହିଥିଲେ ଗୋବିନ୍ଦ । ତଳେ କାଠ ପ୍ଲାଏ ଓ ଉପରେ ଟାୟାର ରଖି ପୋଡାଯାଇଥିଲା । ମୃତଦେହକୁ ଶୀଘ୍ର ନଷ୍ଟ କରିବା ପାଇଁ ଲୁଣ ଦିଆଯାଇଥିଲା । ତେବେ ଏହି ହତ୍ୟାକାଣ୍ଡରେ ଏକାଧିକ ଲୋକଙ୍କ ହାତ ଥିବା ସନ୍ଦେହ କରାଯାଉଛି ।
ପ୍ରକାଶ ଯେ, ଗୋବିନ୍ଦଙ୍କୁ ମଙ୍ଗଳବାର ଗିରଫ କରାଯାଇଥିଲା । ମୋଷ୍ଟ ୱାଣ୍ଟେଡ ଗୋବିନ୍ଦ ସାହୁଙ୍କୁ ଗିରଫ ପରେ ବଲାଙ୍ଗୀର ଏସପିଙ୍କ କାର୍ଯ୍ୟାଳୟରେ ଦୀର୍ଘ ଦେଢ଼ ଘଣ୍ଟା ଧରି ପଚରାଉଚରା କରାଯିବା ସହ ରିଜର୍ଭ ପୋଲିସ ବାରାକକୁ ନିଆଯାଇଥିଲା । ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଓ ବଲାଙ୍ଗୀର ଏସପି ନୀତିନ କୁସଲକରଙ୍କ ଉପସ୍ଥିତିରେ ପଚରାଉଚରା କରାଯାଇଥିଲା।
ରିଜର୍ଭ ପୋଲିସ ମେଡିକାଲରେ ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ବାରାକରେ କଡା ସୁରକ୍ଷା ବ୍ୟବସ୍ଥା ଭିତରେ ରଖାଯାଇଛି। ଅନ୍ୟପଟେ ଗୋବିନ୍ଦଙ୍କ ଫେରାର ମାମଲାରେ ତାଙ୍କ ଭଣଜାକୁ ଅଟକ ରଖିଛି ପୋଲିସ । ଅଧିକ ତଦନ୍ତ ପାଇଁ ଗୋବିନ୍ଦଙ୍କୁ ତିନି ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରିପାରେ ପୋଲିସ । ବଙ୍ଗୋମୁଣ୍ଡା ବ୍ଲକ ବୁଢିପଦରରୁ ଗୋବିନ୍ଦଙ୍କୁ ଗିରଫ କରିଥିଲା ପୋଲିସ । ଭଉଣୀ ଘର ପାଖରେ ଥିବା ଆଖୁ କିଆରିରେ ଲୁଚିଥିଲେ ଗୋବିନ୍ଦ। ଚଢାଉ କରି ଆଖୁବାଡିରୁ ତାଙ୍କୁ ଗିରଫ କରିଥିଲା ପୋଲିସ। ସେପଟେ ଡିଆଇଜି ଦୀପକ କୁମାର ଗୋବିନ୍ଦଙ୍କ ଗିରଫଦାରି ସଂପର୍କରେ ସୂଚନା ଦେବା ସହ ତାଙ୍କୁ ଫେରାର କରିଥିବା ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ଗୋବିନ୍ଦଙ୍କ ସହଯୋଗୀମାନଙ୍କୁ ପୋଲିସ ଖୋଜୁଥିବା ସୂଚନା ଦେଇଛନ୍ତି ଡିଆଇଜି ।
ଗତ ରବିବାର ରାତିରେ ପୋଲିସ ହେପାଜତରୁ ଫେରାର ହୋଇଯାଇଥିଲେ ଗୋବିନ୍ଦ । ଗୋବିନ୍ଦଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲା ପୋଲିସ । ଗୋବିନ୍ଦଙ୍କ ସଂପର୍କରେ ସୂଚନା ଦେଲେ ଏକ ଲକ୍ଷ ଟଙ୍କା ପୁରସ୍କାର ଦେବାକୁ ମଧ୍ୟ ପୋଲିସ ଘୋଷଣା କରିଥିଲା ।
Powered by Froala Editor