ଜିଲ୍ଲାପାଳସ୍ତରରେ ଅଦଳବଦଳ : ସଂଗ୍ରାମ ମହାପାତ୍ର ଖୋର୍ଦ୍ଧା ଜିଲ୍ଲାପାଳ ନିଯୁକ୍ତ
ଜିଲ୍ଲାପାଳସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାପାଳଙ୍କୁ ବଦଳି ସମେତ ମୋଟ ଚାରି ଜଣ ବରିଷ୍ଠ ଅଫିସରଙ୍କୁ ବଦଳି କରିଛନ୍ତି। ଜଗତସିଂହପୁର ଜିଲ୍ଲାପାଳ ଥିବା ବରିଷ୍ଠ ଓଏଏସ୍ ଅଧିକାରୀ ସଂଗ୍ରାମ ମହାପାତ୍ରଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ନିଯୁକ୍ତ କରାଯାଇଛି । ଆଇଏସଏସ୍ ଅଧିକାରୀ ପାରୁଲ ପଟଓ୍ବାରିଙ୍କୁ ଜଗତସିଂହପୁର ଜିଲ୍ଲାପାଳ ନିଯୁକ୍ତ କରାଯାଇଛି । ଖୋର୍ଦ୍ଧା ଜିଲ୍ଲାପାଳ ଥିବା ବରିଷ୍ଠ ଓଏଏସ ଅଧିକାରୀ ସନତ କୁମାର ମହାନ୍ତିଙ୍କୁ ଟିଇ ଏଣ୍ଡ ଏସସିଇଆରଟିର ନିର୍ଦ୍ଦେଶକ ନିଯୁକ୍ତ କରାଯାଇଛି । ଅନ୍ୟପକ୍ଷରେ ଆଇଏଏସ ଅଧିକାରୀ ଗଙ୍ଗାଧର ସାହୁଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ନିଯୁକ୍ତ କରାଯାଇଛି ।
Powered by Froala Editor