ଅଗରବତୀ କାରଖାନାରେ ନିଆଁ
କଟକ ଜଗତପୁର ଶିଳ୍ପାଂଚଳର ଏକ ଅଗରବତୀ କାରଖାନାରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ବହୁ ପରିମାଣର ଧୂପକାଠି ଓ କଞ୍ଚା ମାଲ୍ ନଷ୍ଟ ହୋଇଯାଇଛି। ଘଟଣାସ୍ଥଳରେ ଦମକଳ ବାହିନୀର ୨ଟି ଗାଡ଼ି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଅଛି। କାରଖାନା ଭିତରେ କିଛି କେମିକାଲ ସଂପର୍କରେ ନିଆଁ ଆସିବା ଯୋଗୁଁ ଏହାକୁ ଆୟତ କରିବା କଷ୍ଟ ହେଉଛି। ଅଗ୍ନିକାଣ୍ଡ ଯୋଗୁଁ କୌଣସି ଶ୍ରମିକ ଅଥବା କର୍ମଚାରୀ ଆହତ ହୋଇ ନାହାନ୍ତି।
ମିଳିଥିବା ସୂଚନା ମୁତାବକ ମଙ୍ଗଲଦୀପ୍ ବ୍ରାଣ୍ଡ ଧୂପକାଠି ରହିଥିବାବେଳେ ନିଆଁ ଲାଗିଛି । ଫଳରେ କାରଖାନାରେ ପ୍ରସ୍ତୁତ ହେଉଥିବା ମଙ୍ଗଲଦୀପ୍ ଵ୍ରାଣ୍ଡର ଅଗରଵତୀ ଜଳି ଯାଇଛି । ସେପଟେ ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ଜଣାପଡିନଥିବା ବେଳେ ଘଟଣାସ୍ଥଳରେ ଦମକଳ ଵାହିନୀ ପହଞ୍ଚି ନିଆଁ ଆୟତ ପାଇଁ ଚେଷ୍ଟା ଚଳାଇଛନ୍ତି ।
Powered by Froala Editor