IAS ସ୍ତରରେ ଅଦଳ ବଦଳ : ଓଏଫ୍ଡିସି ଅଧ୍ୟକ୍ଷ ହେଲେ ପ୍ରଦୀପ୍ତ ମହାପାତ୍ର
IAS ସ୍ତରରେ ଛୋଟ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ଏ ନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ଓଡ଼ିଶା ବନ ଉନ୍ନୟନ ନିଗମ(ଓଏଫ୍ଡିସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର।
ସାଧାରଣ ଉଦ୍ୟୋଗ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହୋଇଛନ୍ତି ପରାଗ ଗୁପ୍ତା । ତାଙ୍କୁ ପବ୍ଲିକ ଏଣ୍ଟରପ୍ରାଇଜର୍ସ ବିଭାଗ ସଚିବ ଭାବେ ନୂଆ ଦାୟିତ୍ୱ ମିଳିଛି। ବିଜୟ ଆରୋରା ହୋଇଛନ୍ତି ସାଧାରଣ ପ୍ରଶାସନ ବିଭାଗର OSD ।
ସୂଚନାଯୋଗ୍ୟ, ପ୍ରଦୀପ୍ତ ମହାପାତ୍ର ଦଶହରା ଛୁଟି ପରେ (ସ୍ୱାସ୍ଥ୍ୟ ସଚିବ ଭାବେ) କାର୍ଯ୍ୟରେ ଯୋଗ ଦେଇଥିଲେ। ସେ ଗତ ସେପ୍ଟେମ୍ବର ୧୪ ତାରିଖ ଠାରୁ ଅକ୍ଟୋବର ୧୫ ତାରିଖ ଯାଏଁ ବ୍ୟକ୍ତିଗତ କାରଣ ଦର୍ଶାଇ ଛୁଟିରେ ଥିଲେ।
Powered by Froala Editor