ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
କାମାକ୍ଷାନଗର: ମନ୍ଦିର ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସହରରେ । କାମେଶ୍ୱର ଶିବ ମନ୍ଦିରରୁ ଚୋରି ହୋଇଛି । ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।
ଶୁକ୍ରବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ମନ୍ଦିରର ମୁଖ୍ୟଦ୍ୱାର ତାଲା ଭାଙ୍ଗି ବେଢାରେ ଥିବା ଦାନବାକ୍ସଟିକୁ ଉଠାଇ ନେଇଥିଲେ । ପରେ ସେମାନେ ଦାନବାକ୍ସ ଭାଙ୍ଗି ସବୁ ଟଙ୍କା ନେଇ ଯାଇଥିଲେ । ବାକ୍ସକୁ ମନ୍ଦିର ନିକଟରେ ଫିଙ୍ଗି ପଳାଇ ଥିଲେ । ଶନିବାର ସକାଳେ ପୂଜକ ଏନେଇ ପୁଲିସ୍କୁ ଖବର ଦେଇଥିଲେ । ମନ୍ଦିର ଅନ୍ୟ ସମସ୍ତ ଜିନିଷ ସୁରକ୍ଷିତ ଥିବା ଜଣାପଡ଼ିଛି । ଲୁଟ୍ ହୋଇଥିବା ଦାନବାକ୍ସଟି ପ୍ରାୟ ୧ ବର୍ଷ ହେବ ଖୋଲା ଯାଇନଥିବା ମନ୍ଦିର କମିଟି ପକ୍ଷରୁ ସୂଚନା ଦିଆଯାଇଛି ।
Powered by Froala Editor