ନାଇନ୍ଥ ରେଷ୍ଟୁରାଣ୍ଟ ସିଲ୍, ଦାଣ୍ଡିଆ ନାଇଟ୍ ପାଇଁ କରିଥିଲା ଆୟୋଜନ
ବିନା ଅନୁମତିରେ ଡିଜେ ଦାଣ୍ଡିଆ ନାଇଟ୍ ପାଇଁ ଟିକେଟ ବିକ୍ରି ସରିଥିଲା। ଭଳିକି ଭଳି ଲାଇଟ୍ ସାଙ୍ଗକୁ ଅତ୍ୟାଧୁନିକ ସାଉଣ୍ଡ ବ୍ୟବସ୍ଥା ମଧ୍ୟ ହୋଇଥିଲା। ଏସବୁ ଆୟୋଜନ କରିଥିବା ଏକ ରେଷ୍ଟୁରାଣ୍ଟକୁ ସିଲ୍ କରିଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ।
ଭୁବନେଶ୍ୱରର ନିକୋ ପାର୍କ ପାଖରେ ରହିଛି ନାଇନ୍ଥ ଷ୍ଟ୍ରିଟ୍ ରେଷ୍ଟୁରାଣ୍ଟ। ଏଠାରେ ଆଜି ଓ ଆସନ୍ତାକାଲି ନବରାତ୍ରୀ ଅବସରରେ ଦାଣ୍ଡିଆ ନୃତ୍ୟ ପରିବେଷଣ ପାଇଁ ଯୋଜନା କରାଯାଇଥିଲା। ଏପରିକି ସୋଶାଲ୍ ମିଡ଼ିଆ ମାଧ୍ୟମରେ ଟିକେଟ ବିକ୍ରି କରାଯାଇଥିଲା। ଯାହାର ମୂଲ୍ୟ ଜଣକା ୬୪୯ ରଖାଯାଇଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ଖବର ପାଇ ବିଏମ୍ସି ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡ ଉକ୍ତ ରେଷ୍ଟୁରାଣ୍ଟରେ ପହଞ୍ଚି ଥିଲା। ତନାଘନା କରିବା ପରେ ଉକ୍ତ ରେଷ୍ଟୁରାଣ୍ଟକୁ ବିଏମ୍ସି ସିଲ୍ କରିଛି। ବିଏମସି କମିସନର ସଞ୍ଜୟ ସିଂହଙ୍କ ନିର୍ଦ୍ଦେଶକ୍ରମେ ବିଏମସି ଦକ୍ଷିଣ-ପୂର୍ବ ଜୋନ୍ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଏହି ରେସ୍ତୋରାଁରେ ପହଞ୍ଚି ଅନିର୍ଦ୍ଧିଷ୍ଟ କାଳ ପାଇଁ ରେଷ୍ଟୁରାଣ୍ଟକୁ ସିଲ୍ କରିଛନ୍ତି।
Powered by Froala Editor