୫ ଡ୍ରଗ୍ସ ବ୍ୟବସାୟୀ ଗିରଫ
ପୁରୀ: ବ୍ରାଉନ ସୁଗାର ବିକ୍ରି ଅଭିଯୋଗରେ ୫ ଜଣ ଡ୍ରଗ୍ସ ବ୍ୟବସାୟୀ ଗିରଫ । ୫ ଜଣ ଡ୍ରଗ୍ସ ବ୍ରବସାୟୀଙ୍କୁ ଗିରଫ କରିଛି ପୁରୀ ଏସଟିଏଫ୍ । ଏନେଇ ବଳିଆପଣ୍ଡା ଥାନାରେ ମାମଲା ରୁଜୁ ହୋଇଛି । ଗିରଫ ଅଭିଯୁକ୍ତଙ୍କ ପାଖରୁ ୨୫୨ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି ।
ଘଟଣାରେ ଗୋଟିଏ ବାଇକ, ଗୋଟିଏ କାର, ୧୧ଟି ମୋବାଇଲ ଫୋନ, ଦୁଇଟି ଡେବିଟ କାର୍ଡ ଜବତ ହୋଇଛି । ଅଭିଯୁକ୍ତ ମାନେ ବଳିଆପଣ୍ଡା ବାଇପାସ ରାସ୍ତାରେ ଡ୍ରଗ୍ସ ବ୍ୟବସାୟ କରିବା ପାଇଁ ଯୋଜନା କରୁଥିବା ବେଳେ ପୋଲିସ ଓ ଏସଟିଏଫ ଏମାନଙ୍କୁ ଗିରଫ କରିଛି ।
Powered by Froala Editor