୬ ବର୍ଷ ବାଳକକୁ ଟାଣି ନେଲା କଲରା ପତରିଆ ବାଘ
ରାଇଘର ତୁରୁଡିହି ଗାଁରେ ବାଘ ଆକ୍ରମଣ ଯୋଗୁଁ ଜଣେ ୬ ବର୍ଷୀୟ ନାବାଳକର ମୃତ୍ୟୁ ହୋଇଛି । ମୃତ ବାଳକ ଜଣକ ଅମିତ ମର୍କାମ ବୋଲି ଜଣାପଡିଛି । ପିଲାଟି ନିଜ ଘର ଲୋକଙ୍କ ସହ ବୁଲିବାକୁ ଯାଇଥିବା ବେଳେ ତାକୁ ଏକ କଲରା ପତରିଆ ବାଘ ଟାଣି ନେଇଥିଲା । ଅମିତ ନବରଙ୍ଗପୁର ରାଇଘର କୁରୁଡ଼ିହିର ମୂଳ ବାସିନ୍ଦା ବୋଲି ଜଣାଯାଇଛି । ତାଙ୍କ ପିତାଙ୍କ ନାମ ନରେନ୍ଦ୍ର ମର୍କାମ ।
ନିଜ ପରିବାର ସହ ଅମିତ ଛତିଶଗଡର ଶିହୱା ଶୀତଳ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ । ସେହି ସମୟରେ ହଠାତ୍ ଏକ ଚିତାବାଘ ଆକ୍ରମଣ କରିଥିଲା । ଜୀବନ ବଂଚାଇବାକୁ ସମସ୍ତେ ଦୌଡିଥିଲାବେଳେ ଅମିତ ବାଘ ହାବୁଡରେ ପଡିଯାଇଥିଲା । ଅମିତକୁ ଚିତାବାଘ ଟାଣି ନେଇ ପାହାଡକୁ ଚାଲିଯାଇଥିଲା । ବନ ବିଭାଗ ଅଧିକାରୀ ଓ ସ୍ଥାନୀୟ ଶିହୱା ପୋଲିସ ସହାୟତାରେ ଅମିତକୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାକୁ ଡାକ୍ତର ମୃତ ଘୋଷଣା କରିଥିଲେ ।
Powered by Froala Editor