ମନୀଷଙ୍କୁ ହତ୍ୟା କରାଯାଇଛି: ନବୀନ ଦାସ
ଭୁବନେଶ୍ୱର: ବରିଷ୍ଟ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷଙ୍କୁ ହତ୍ୟା କରାଯାଇଛି ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି । ମନୀଷଙ୍କ ସାଙ୍ଗମାନେ ତାଙ୍କୁ ଭୋଜି ପାଇଁ ଡାକି ନେଇ ହତ୍ୟା କରିଥିବା ସେ କହିଛନ୍ତି ଓ ପୁଅଠାରୁ ରବିବାର ଭୋର ୪.୧୧ମିନିଟ୍ ସମୟରେ ପୁଅଠୁ ଶେଷ କଲ୍ ପାଇଥିଲେ, ଏହି କଲରେ ତାଙ୍କୁ ମାଡ ମରାଯାଉଥିବା ସେ କହିଥିଲେ । ଏହା ସହିତ ପୋଲିସ ଓ ଆଇନ ଉପରେ ତାଙ୍କର ଯଥେଷ୍ଟ ଭରସା ଅଛି ଓ ଦୋଷୀ ଖୁବ ଶୀଘ୍ର ଧରାପଡିବ ବୋଲି ସେ କହିଛନ୍ତି । ଅନ୍ୟପଟେ ମନୀଷ ଯାଇଥିବା ହୋଟେଲକୁ ସିଲ୍ କରାଯାଇଛି ।
ସୂଚନାଯୋଗ୍ୟ ଯେ ଗତ ଶନିବାର ସନ୍ଧ୍ୟାରେ ମନୀଷ କିଛି ଯୁବକଙ୍କ ସହ କାର ଯୋଗେ କେଉଁଆଡ଼େ ଯାଉଥିବା ନେଇ ତାଙ୍କ ବାପା ନବୀନ ଦାସ ସୂଚନା ଦେଇଥିଲେ । ଏହାପରେ ରବିବାର ଇନ୍ଫୋସିଟି ଥାନାରେ ଅପହରଣ ଅଭିଯୋଗ ହୋଇଥିବା ବେଳେ ଦିନ ପ୍ରାୟ ୧.୩୦ ମିନିଟ୍ ବେଳକୁ ତାଙ୍କର ମୃତଦେହ ପାତ୍ରପଡ଼ା ପୋଖରୀରେ ଭାଶୁଥିବା ଦେଖିବାକୁ ମିଳିଥିଲା । ପୁଅକୁ ହରାଇ ପରିବାରେ ଶୋକର ଛାୟା ଖେଳିଯାଇଛି ।
Powered by Froala Editor