ଆଜି ରାଜ୍ୟରେ ୪ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଏହା ସହିତ କରୋନା ମୃତୁ୍ୟ ସଂଖ୍ୟାରେ ମଧ୍ୟ ହ୍ରାସ ପରିଳକ୍ଷିତ ହେଉଛି । ଆଜି ରାଜ୍ୟରେ ୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତୁ୍ୟ ସଂଖ୍ୟା ୮ହଜାର ୨୪୨କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ନବରଙଗପୁରରୁ ୨ ଜଣ, ଜଗତସିଂହପୁରରୁ ଓ ବଲାଙ୍ଗୀର ଜିଲ୍ଲାରୁ ଜଣ ଲେଖାଏଁ ରହିଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଏହା ସହିତ ରାଜ୍ୟରେ ଆଜି ସୁସ୍ଥ ହୋଇଛନ୍ତି ୫୨୬ ଜଣ । ଏହାକୁ ମିଶାଇ ରାଜ୍ୟ ମୋଟ ସୁସ୍ଥତା ହାର ୧୦ଲକ୍ଷ ୧୭ହଜାର ୧୧୬କୁ ବୃଦ୍ଧି ପାଇଛି । ଗତ ୨୪ଘଣ୍ଟାରେ ରାଜ୍ୟରେ ୫୨୬ କରୋନା ପଜିଟିଭ ଚିହ୍ନଟ ହୋଇଛିନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୩୦୩ ଜଣ ରହିଥିବା ବେଳେ ସ୍ଥାନୀୟ ସଂକ୍ରମଣ ରହିଛି ୨୨୩ଓ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ୬୮ଜଣ ରହିଛନ୍ତି ।
Powered by Froala Editor