Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, October 05, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସ୍ମିତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ...

  • ମମତା ବାନାର୍ଜୀଙ୍କ ଗୋଡ ଭାଙ୍ଗିବା ...

  • ପାଇଲଟ୍ କ୍ୟାପଟେନ୍ ସ୍ମିଥ ମଚ୍ଛାରଙ୍କୁ ...

  • ଆଟଲାଣ୍ଟିକ ମହାସାଗର ଉପରୁ ଏୟାର ...

  • ବାଂଲାଦେଶରେ ଦୁର୍ଗାପୂଜା ପୂର୍ବରୁ ମା’ ...

  • ବନ୍ୟା ମାଡ଼ରେ ଦରଗଡିଶିଳା ପର୍ଯ୍ୟଟନ ...

  • ଇନଫ୍ଲ୍ୟଏନ୍ସର ମ୍ୟାଡ଼ ସନ୍ଧୁଙ୍କୁ ଗୁଳି ...

  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

  • ନକ୍ସଲରୁ ରାମ୍ପ ଓ୍ୱାକ୍ , ଏବେ ବଲିଉଡରେ...

  • ନୟାପଲ୍ଲୀ ଦୁଷ୍କର୍ମ ମାମଲାର ଅଭିଯୁକ୍ତକୁ ...

ରାଜନୀତି
Home ›› ରାଜନୀତି ››ଏହା ଛାତ୍ର ଆନ୍ଦୋଳନ ନୁହେଁ, ବରଂ ଦେଶରେ ଅରାଜକତା ସୃଷ୍ଟି କରିବାର ଆନ୍ଦୋଳନ : ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଏହା ଛାତ୍ର ଆନ୍ଦୋଳନ ନୁହେଁ, ବରଂ ଦେଶରେ ଅରାଜକତା ସୃଷ୍ଟି କରିବାର ଆନ୍ଦୋଳନ : ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ

2026-07-24 04:23:08
15729
Share:
Facebook
Twitter
E-Mail
WhatsApp
Telegram
ଏହା ଛାତ୍ର ଆନ୍ଦୋଳନ ନୁହେଁ, ବରଂ ଦେଶରେ ଅରାଜକତା ସୃଷ୍ଟି କରିବାର ଆନ୍ଦୋଳନ : ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ

    ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଆନ୍ଦୋଳନରେ ବିଭ୍ରାନ୍ତ ନହେବାକୁ ଅନୁରୋଧ କରିବା ସହ ନିଜ ନିଜ କ୍ୟାରିଅର ଗଢିବାରେ ଧ୍ୟାନ ଦେଇ “ବିକଶିତ ଭାରତ, ସମୃଦ୍ଧ ଓଡିଶା ଗଠନ”ରେ ସାମିଲ ହେବା ପାଇଁ ଛାତ୍ରଛାତ୍ରୀଙ୍କୁ ଦେଲେ ପରାମର୍ଶ

    ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ପାଇଁ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ସେ ଏହାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ନିଷ୍ପତି ନେଉଛନ୍ତି

    ଛାତ୍ରଛାତ୍ରୀଙ୍କୁ ବ୍ୟବହାର କରି ଡ୍ରାମାବାଜୀ ଆରମ୍ଭ କରିଦେଇ ନିଜ ରାଜନୈତିକ ପାମ୍ପଡ ସେକୁଛନ୍ତି ରାହୁଲ ଗାନ୍ଧୀ

    ପ୍ରଶ୍ନପତ୍ର ପ୍ରଘଟକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ବକ୍ତବ୍ୟ ହେଉଛି, “ସୈା ଚୁହା ଖାକେ, ବିଲ୍ଲୀ ହଜକୋ ଚଲି” ସଦୃଶ

    ନୈତିକତା ହରାଇଥିବା ନବୀନ ବାବୁ ଏପରିି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ କୈାଣସି ପ୍ରଶ୍ନ ପଚାରିବା ଅତ୍ୟନ୍ତ ହାତ୍ସ୍ୟାସ୍ପଦ

ଭୁବନେଶ୍ୱର, ତା.୨୩/୦୭: ଗତ କିଛି ଦିନ ହେବ ଦେଶରେ ଲଗାତାର ଭାବେ ଅରାଜକତା ସୃଷ୍ଟି କରାଯିବାର ପ୍ରୟାସ କରାଯାଉଛି । ଦୁର୍ଭାଗ୍ୟଜନକ ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣା ପ୍ରଘଟ ହେବା ପରେ କେନ୍ଦ୍ର ସରକାର ତୁରନ୍ତ ପରୀକ୍ଷାକୁ ବାତିଲ କରି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ । ଅଭିଯୁକ୍ତଙ୍କୁ ଗିରଫ କରାଗଲା । ଛାତ୍ରଛାତ୍ରୀଙ୍କ ମନରେ କୈାଣସି ନୈରାଶ୍ୟଜନକ ସ୍ଥିତି ସୃଷ୍ଟି ନହେଉ, ତେଣୁ ତୁରନ୍ତ ପରୀକ୍ଷା କରାଯିବାର ନିଷ୍ପତ୍ତି ନେଇ ସଫଳତାର ସହ ଶେଷ କରିଲେ । ଆମ ରାଜ୍ୟରେ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରୀକ୍ଷା ସଫଳତାର ସହ ସମାପ୍ତ ହେଲା । ଫଳାଫଳ ପ୍ରକାଶ ପାଇଲା ଏବଂ ଛାତ୍ରଛାତ୍ରୀଙ୍କ ମନରେ ଆନନ୍ଦ ପ୍ରକାଶ ପାଇଲା । ଆଉ କିଛି ଦିନ ଭିତରେ ଆଡମିସନ ପ୍ରକ୍ରିୟା ସମାପ୍ତ ହେବାକୁ ଯାଉଛି । ଏଭଳି ସମୟରେ ଆନ୍ଦୋଳନ କରିବାର କୈାଣସି ପ୍ରୟୋଜନ ନାହିଁ । କେବଳ ଦେଶରେ ଅରାଜକତା ସୃଷ୍ଟି କରିବା ପାଇଁ ଆନ୍ଦୋଳନ କରାଯାଉଛି ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଆନ୍ଦୋଳନର ନେତୃତ୍ୱ ନେଉଥିବା ଶ୍ରୀ ଅଭିଜିତ ଦୀପକେ ହେଉଛନ୍ତି ଆପ୍ ଦଳର ଜଣେ ସକ୍ରିୟ ସଦସ୍ୟ । ଲୋକଙ୍କ ଦ୍ୱାରା ପ୍ରତ୍ୟାକ୍ଷାତ ହେବା ପରେ ଆମ୍ ଆଦମୀ ପାର୍ଟୀ ସହ ବାମପନ୍ଥୀ ରାଜନୈତିକ ଦଳଗୁଡିକ ମିଳିମିଶି କଂଗ୍ରେସ ଦଳ ସହ ଅରାଜକତା କରୁଛନ୍ତି । ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ଆଳ କରି ଆନ୍ଦୋଳନକାରୀମାନେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କୁ ଗାଳି ଦେବା, ଦେଶ ବିରୋଧୀ ସ୍ଲୋଗାନ ଦେବା, ଆତଙ୍କବାଦକୁ ସମର୍ଥନ କରି ସ୍ଲୋଗାନ ଦେଇ ଛାତ୍ରଛାତ୍ରୀଙ୍କ ନାମରେ ଖରାପ ପରଂପରା ସୃଷ୍ଟି କରୁଛନ୍ତି । ହଠାତ୍ କରି ଦେଶରେ ଜେଏନୟୁୁର ଟୁକୁଡେ ଟୁକୁଡେ ଗ୍ୟାଙ୍ଗ ଓ ଦେଶ ବିଭାଜନକାରୀ ଶକ୍ତିମାନେ ପ୍ରଚଣ୍ଡ ଭାବରେ ସକ୍ରିୟ ହୋଇଯାଇଛନ୍ତି । ଶ୍ରୀ ରାହୁଲ ଗାନ୍ଧୀ ଛାତ୍ରଛାତ୍ରୀଙ୍କୁ ବ୍ୟବହାର କରି ଡ୍ରାମାବାଜୀ ଆରମ୍ଭ କରିଦେଇ ନିଜ ରାଜନୈତିକ ପାମ୍ପଡ ସେକୁଛନ୍ତି । ବାଂଲାଦେଶର ଉଗ୍ରବାଦୀ ଦଳ ସହ କାନାଡାରେ କାର୍ଯ୍ୟ କରୁଥିବା ବିଭିନ୍ନ ଉଗ୍ରବାଦୀ ଦଳଗୁଡିକ ଏବଂ ଭାରତବର୍ଷକୁ ଖଣ୍ଡବିଖଣ୍ଡିତ ଷଡଯନ୍ତ୍ର କରୁଥିବା ଦେଶମାନେ ସାମିଲ ଅଛନ୍ତି । ଏହା ଛାତ୍ର ଆନ୍ଦୋଳନ ନୁହେଁ, ବରଂ ଦେଶରେ ଅରାଜକତା ସୃଷ୍ଟି କରିବାର ଆନ୍ଦୋଳନ । ତେଣୁ ଏଭଳି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଆନ୍ଦୋଳନରେ ବିଭ୍ରାନ୍ତ ନହେବାକୁ ଦେଶର ତଥା ଓଡିଶାର ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରିବା ସହ ନିଜ ନିଜ କ୍ୟାରିଅର ଗଢିବାରେ ଧ୍ୟାନ ଦିଅନ୍ତୁ ଏବଂ ବିକଶିତ ଭାରତ, ସମୃଦ୍ଧ ଓଡିଶା ଗଠନରେ ସାମିଲ ହେବା ପାଇଁ ଶ୍ରୀ ହରିଚନ୍ଦନ ପରାମର୍ଶ ଦେଇଛନ୍ତି ।

ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ପାଇଁ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ସେ ଏହାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ନିଷ୍ପତି ନେଉଛନ୍ତି । ଦେଶର ଯୁବବର୍ଗଙ୍କ ସ୍ୱାର୍ଥ ଏବଂ ସେମାନଙ୍କ ଭବିଷ୍ୟତ ଆମର ସର୍ବୋଚ୍ଚ ପ୍ରାଥମିକତା ବୋଲି କହିବା ସହିତ ଯୁବକମାନଙ୍କ ଭବିଷ୍ୟତ ସହ ଖେଳୁଥିବା କୌଣସି ବି ବ୍ୟକ୍ତିଙ୍କୁ ଛଡାଯିବନାହିଁ ବୋଲି ସ୍ପଷ୍ଟୋକ୍ତି ପ୍ରକାଶ କରିଛନ୍ତି । ପ୍ରଶ୍ନପତ୍ର ଲିକ୍ ସମସ୍ତ ମାମଲାରେ ଦୋଷୀମାନଙ୍କୁ ଯଥାଶୀଘ୍ର କଠୋର ଦଣ୍ଡଦେବା ପାଇଁ ଏବଂ ମାମଲାର ତ୍ୱରିତ ନିଷ୍ପତି ପାଇଁ ଫାଷ୍ଟ ଟ୍ରାକ୍ କୋର୍ଟ ଗଠନର ନିଷ୍ପତ୍ତି ନେଇଛନ୍ତି । ଛାତ୍ରୀଛାତ୍ରଙ୍କ ସ୍ୱାର୍ଥକୁ ସୁରକ୍ଷିତ କରିବା ପାଇଁ ସରକାରଙ୍କ ଦ୍ୱାରା ନିଆଯାଉଥିବା ଶୃଙ୍ଖଳିତ ନିଷ୍ପତିର ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

ଏହା ରାଜନୀତିର ସମୟ ନୁହେଁ, ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନର ସମୟ । କିନ୍ତୁ, ସଂସଦରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ନେତା ଶ୍ରୀ ରାହୁଲ ଗାନ୍ଧୀଙ୍କ ଲକ୍ଷ୍ୟ  ନିଟ୍ ଉପରେ ଆଲୋଚନା କରିବା ନୁହେଁ ବରଂ ଅରାଜକତା ସୃଷ୍ଟି କରିବା । ଛାତ୍ରଛାତ୍ରୀ ଏବଂ ସେମାନଙ୍କ ସମସ୍ୟାର ରାଜନୀତିକରଣ ହେବା ଉଚିତ୍ ତ୍ନୁହେଁ । ଆମେ ସଂସଦରେ ନିଟ୍ ଉପରେ ଚର୍ଚ୍ଚା ଚାହୁଁଛୁ । ଛାତ୍ରଛାତ୍ରୀମାନେ ମଧ୍ୟ ଏହାହିଁ ଚାହୁଁଛନ୍ତି । ଯେଉଁ ନିୟମ ଅଧୀନରେ ଚର୍ଚ୍ଚା କରିବାକୁ ଚାହୁଁଛନ୍ତି, ଯେତେ ସମୟ ପର୍ଯ୍ୟନ୍ତ ଚର୍ଚ୍ଚା କରିବାକୁ ଚାହୁଁଛନ୍ତି, ଆସନ୍ତୁ ସଂସଦରେ ନିଟ୍ ଏବଂ ଏହା ସହ ଜଡ଼ିତ ପ୍ରତ୍ୟେକ ବିଷୟ ଉପରେ ଆଲୋଚନା କରନ୍ତୁ; କିନ୍ତୁ ରାହୁଲ ଗାନ୍ଧୀ ଆଲୋଚନାରୁ ଦୂରେଇ ଯାଉଛନ୍ତି । ରାହୁଲଗାନ୍ଧୀ, ଆଲୋଚନାରୁ କାହିଁକି ଦୂରେଇ ଯାଉଛନ୍ତି ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି ।

ସରକାର ଚାହୁଁଛନ୍ତି ଯେ ଶାସକ ଓ ବିରୋଧୀ ଦଳ ମିଶି ସଂସଦରେ ନିଟ୍ ଏବଂ ଏହାସହ ଜଡ଼ିତ ପ୍ରତ୍ୟେକ ବିଷୟ  ଉପରେ ଆଲୋଚନା କରନ୍ତୁ ଏବଂ ପେପର ଲିକ୍ ସମସ୍ୟାର ସମାଧାନ ବାହାର କରନ୍ତୁ । କିନ୍ତୁ ରାହୁଲ ଗାନ୍ଧୀ, କଂଗ୍ରେସ ଏବଂ ଇଣ୍ଡି ମହାମେଂଟର ଦଳଗୁଡ଼ିକ ସଂସଦକୁ ବନ୍ଧକ ରଖିବାକୁ ଚାହୁଁଛନ୍ତି, ଗୃହର କାର୍ଯ୍ୟକାରିତାକୁ ବାଧାପ୍ରାପ୍ତ କରିବାକୁ ଚାହୁଁଛନ୍ତି । ନିଟ୍  ପେପର ଲିକ୍ ସମ୍ପର୍କରେ ଯଦି ଆପଣଙ୍କ ପାଖରେ କୌଣସି ପରାମର୍ଶ ଅଛି, ତେବେ ଗୃହରେ(ସଂସଦ) ଆଲୋଚନା କରନ୍ତୁ । କିନ୍ତୁ ରାହୁଲ ଗାନ୍ଧୀଙ୍କ ଲକ୍ଷ୍ୟ କେବଳ ଯୁବକମାନଙ୍କୁ ବିଭ୍ରାନ୍ତ କରିବା । ଏତେ ଗମ୍ଭୀର ବିଷୟ ଉପରେ ରାଜନୀତି କରନ୍ତୁ ନାହିଁ । ଜନସାଧାରଣଙ୍କ ଦ୍ୱାରା ବାରମ୍ବାର ପ୍ରତ୍ୟାକ୍ଷିତ ହୋଇଥିବା କଂଗ୍ରେସ ଏବଂ ତାଙ୍କ ସହଯୋଗୀ କମ୍ପାନୀ ସାଧାରଣରେ ଭ୍ରମ ସୃଷ୍ଟି କରି ରାଜନୈତିକ ଫାଇଦା ହାସଲ କରିବାକୁ ଚାହୁଁଛନ୍ତି । ଆମେ ଛାତ୍ରଛାତ୍ରୀମାନଙ୍କୁ ବଦ୍‌ନାମ ହେବାକୁ ଦେବୁ ନାହିଁ ବୋଲି ଶ୍ରୀ ହରିଚନ୍ଦନ ସ୍ପଷ୍ଟ ଭାବେ କହିଛନ୍ତି ।

ପେପର ଲିକ୍ ସମସ୍ୟା ଓ କଂଗ୍ରେସ ସରକାର ସମୟରେ ପାଖାପାଖି ୬୯ ଥର ପେପର ଲିକ୍ ହୋଇଥିଲା । କିନ୍ତୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନେତୃତ୍ୱ ବିଜେପି ସରକାର ସରକାର, ଯିଏ ପରୀକ୍ଷାକ ୁଲିକ୍‌-ପ୍ରୁଫ୍‌/(ସୁରକ୍ଷିତ) କରିବା ପାଇଁ କଠୋର ଆଇନଗତ ଏବଂ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରିଛନ୍ତି । ଡଜନ ଡଜନ ଗିରଫଦାରୀ ହୋଇଛି ଏବଂ ବିଗତ ଗୋଟିଏ ମାସ ମଧ୍ୟରେ ତିନୋଟି ଲିକ୍‌-ପ୍ରୁଫ୍ ପରୀକ୍ଷା ସଫଳତାର ସହ ଆୟୋଜିତ ହୋଇସାରିଛି । ଅନ୍ୟ ପଟେ ୟୁପିଏ ସରକାର ସମୟରେ ଶିକ୍ଷା ବଜେଟ କେବଳ ୮,୨୨୫ କୋଟି ଟଙ୍କା ରଖିଥିଲେ, ଆଜି ଏହା ମୋଦି ସରକାରରେ ୧.୩୯ ଲକ୍ଷ କୋଟି ଟଙ୍କାକୁ ପହଂଚିଛି । ଏମ୍ସ ହେଉ, ଆଇଟି ହେଉ, କଲେଜ ହେଉ କିମ୍ବା ସିଟ୍ ସଂଖ୍ୟା ହେଉ କଂଗ୍ରେସ ସରକାରଙ୍କ ତୁଳନାରେ ସବୁଥିରେ ବ୍ୟାପକ ବୃଦ୍ଧି ଘଟିଛି । ସ୍ୱଚ୍ଛତାର ସହ ଓଡିଶାରେ ଗତ ଦୁଇ ବର୍ଷରେ ପଚାଶ ହଜାରରୁ ଅଧିକ ସରକାରୀ ନିଯୁକ୍ତି ପ୍ରଦାନ କରାଯାଇଛି । ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପାୟନ ଆଦି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିଛି । କେଜିରୁ ପିଜି ସଂପୂର୍ଣ୍ଣ ମାଗଣା ଶିକ୍ଷା ପ୍ରଣୟନ କରାଯାଇଛି । କିନ୍ତୁ ଆମେ ଏହି ତୁଳନା ମଧ୍ୟରେ ପଡ଼ିବାକୁ ଚାହୁଁନାହୁଁ, ଆମେ ସମସ୍ୟାର ସ୍ଥାୟୀ ସମାଧାନ ଚାହୁଁଛୁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

ଅପର ପକ୍ଷରେ ଗତ ପନ୍ଦର ବର୍ଷ ଧରି ଏକୁଟିଆ ଶାସନ କରୁଥିବା ବିଜୁ ଜନତା ଦଳର ଦୁଇଟି ଭିନ୍ନ ଭିନ୍ନ ଚିତ୍ର ସାମ୍ନାକୁ ଆସିଛି । ପ୍ରଶ୍ନପତ୍ର ପ୍ରଘଟକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ବକ୍ତବ୍ୟ ହେଉଛି, “ସୈା ଚୁହା ଖାକେ, ବିଲ୍ଲୀ ହଜକୋ ଚଲି” ସଦୃଶ । ୨୦୧୫ ମସିହାରେ କନଷ୍ଟେବଲ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌; ୨୦୧୬, ୨୦୧୯, ୨୦୨୨ ମସିହାରେ ଓଟିଇଟି ପ୍ରଶ୍ନପତ୍ର ଲିକ୍‌; ୨୦୧୮ ଓ ୨୦୧୯ ମସିହାରେ ମ୍ୟାଟ୍ରିକ ପ୍ରଶ୍ନପତ୍ର ଲିକ୍‌; ୨୦୨୩ ମସିହାରେ ଏଏସଓ ପ୍ରଶ୍ନପତ୍ର ଲିକ୍ ଘଟଣାରେ ନବୀନ ବାବୁ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ନୈତିକତା ହରାଇଥିବା ନବୀନ ବାବୁ ଏପରିି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ କୈାଣସି ପ୍ରଶ୍ନ ପଚାରିବା ଅତ୍ୟନ୍ତ ହାତ୍ସ୍ୟାସ୍ପଦ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ଶ୍ରୀ ବିଷ୍ଣୁ ଦାଶ, ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଶାରଦା ପ୍ରସାଦ ଶତପଥୀ, ରାଜ୍ୟ ମୁଖପାତ୍ର ଶ୍ରୀ ସୁଦୀପ୍ତ ରାୟ ଓ ରାଜେନ୍ଦ୍ର ପଣ୍ଡା ଏବଂ ରାଜ୍ୟ ଗଣମାଧ୍ୟମ ସଂଯୋଜକ ଶ୍ରୀ ସୁଜିତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Powered by Froala Editor

Tags BJP, BJPOdisha

Related articles Odisha News Lens 4.1

  •  କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ
    ବାଣିଜ୍ୟ

    କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14150
    Oct 04, 2026
  • ଆଟଲାଣ୍ଟିକ ମହାସାଗର ଉପରୁ ଏୟାର ଆମ୍ୱୁଲାନ୍ସ  ନିଖୋଜ
    ଦେଶ-ଦେଶାନ୍ତର

    ଆଟଲାଣ୍ଟିକ ମହାସାଗର ଉପରୁ ଏୟାର ଆମ୍ୱୁଲାନ୍ସ ନିଖୋଜ

    14759
    Oct 04, 2026
  • ବାଂଲାଦେଶରେ ଦୁର୍ଗାପୂଜା ପୂର୍ବରୁ ମା’ ଦୁର୍ଗାଙ୍କ ପ୍ରତିମା ଭାଙ୍ଗିଦେଲେ
    ଦେଶ-ଦେଶାନ୍ତର

    ବାଂଲାଦେଶରେ ଦୁର୍ଗାପୂଜା ପୂର୍ବରୁ ମା’ ଦୁର୍ଗାଙ୍କ ପ୍ରତିମା ଭାଙ୍ଗିଦେଲେ

    13673
    Oct 04, 2026
  • ନକ୍ସଲରୁ ରାମ୍ପ ଓ୍ୱାକ୍ , ଏବେ ବଲିଉଡରେ...
    ଦେଶ-ଦେଶାନ୍ତର

    ନକ୍ସଲରୁ ରାମ୍ପ ଓ୍ୱାକ୍ , ଏବେ ବଲିଉଡରେ...

    14637
    Oct 03, 2026
  • ସ୍ମିତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କଲେ ଇସ୍ରାଏଲ ...
    ଦେଶ-ଦେଶାନ୍ତର

    ସ୍ମିତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କଲେ ଇସ୍ରାଏଲ ...

    14156
    Oct 04, 2026
  • ନୟାପଲ୍ଲୀ ଦୁଷ୍କର୍ମ ମାମଲାର ଅଭିଯୁକ୍ତକୁ ଏନକାଉଣ୍ଟର
    ଅପରାଧ

    ନୟାପଲ୍ଲୀ ଦୁଷ୍କର୍ମ ମାମଲାର ଅଭିଯୁକ୍ତକୁ ଏନକାଉଣ୍ଟର

    15252
    Oct 03, 2026
  • ବନ୍ୟା ମାଡ଼ରେ ଦରଗଡିଶିଳା ପର୍ଯ୍ୟଟନ ଧ୍ୱଂସ୍ତ
    ଜିଲ୍ଲା ପରିକ୍ରମା

    ବନ୍ୟା ମାଡ଼ରେ ଦରଗଡିଶିଳା ପର୍ଯ୍ୟଟନ ଧ୍ୱଂସ୍ତ

    15097
    Oct 04, 2026
  • ପାଇଲଟ୍ କ୍ୟାପଟେନ୍ ସ୍ମିଥ ମଚ୍ଛାରଙ୍କୁ ଡାକ୍ତରଖାନାରେ ଭେଟିଲେ ୟୁଏଇର ଉପ ...
    ଦେଶ-ଦେଶାନ୍ତର

    ପାଇଲଟ୍ କ୍ୟାପଟେନ୍ ସ୍ମିଥ ମଚ୍ଛାରଙ୍କୁ ଡାକ୍ତରଖାନାରେ ଭେଟିଲେ ୟୁଏଇର ଉପ ...

    15372
    Oct 04, 2026
  • ମମତା ବାନାର୍ଜୀଙ୍କ ଗୋଡ ଭାଙ୍ଗିବା ଘଟଣାକୁ ନେଇ ରାଜନୀତି ଆରମ୍ଭ, ଏହା କହିଲେ ...
    ଦେଶ-ଦେଶାନ୍ତର

    ମମତା ବାନାର୍ଜୀଙ୍କ ଗୋଡ ଭାଙ୍ଗିବା ଘଟଣାକୁ ନେଇ ରାଜନୀତି ଆରମ୍ଭ, ଏହା କହିଲେ ...

    13409
    Oct 04, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବାଂଲାଦେଶରେ ଦୁର୍ଗାପୂଜା ପୂର୍ବରୁ ମା’ ଦୁର୍ଗାଙ୍କ ପ୍ରତିମା ଭାଙ୍ଗିଦେଲେ

    13673
    Oct 04, 2026
  • ଦେଶ-ଦେଶାନ୍ତର

    ଆଟଲାଣ୍ଟିକ ମହାସାଗର ଉପରୁ ଏୟାର ଆମ୍ୱୁଲାନ୍ସ ନିଖୋଜ

    14759
    Oct 04, 2026
  • ଦେଶ-ଦେଶାନ୍ତର

    ନକ୍ସଲରୁ ରାମ୍ପ ଓ୍ୱାକ୍ , ଏବେ ବଲିଉଡରେ...

    14637
    Oct 03, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17151
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17842
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17805
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18220
    Sep 06, 2023

ବିଶେଷ

  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15433
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    14105
    Sep 27, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    15843
    Sep 23, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଦ୍ୱାରା ହୋଇଥାଏ ଏହି ଅସୁବିଧା

    15410
    Sep 21, 2026
  • ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ

    14783
    Sep 18, 2026

ବାଣିଜ୍ୟ

କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

ପ୍ରାକୃତିକ ତେଲ ତ୍ବଚା ଏବଂ ବାଳ ନିମନ୍ତେ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ନଡ଼ିଆ ତେଲ,ବାଦାମ ତେଲ,ଅଲିଭ ତେଲର ଫାଇଦା ବିଷୟରେ ତ ଆପଣ ଜାଣିଥିବେ କିନ୍ତୁ ଆପଣ କ’ଣ କେବେ ଅଣ୍ଡା ତେଲ ଟ୍ରାଇ କରିଛନ୍ତି? ଆସନ୍ତୁ ଜାଣିବା ଅଣ୍ଡା ତେଲ କିପରି ଭାବରେ ଆମ ବାଳ ପାଇଁ ଲାଭଦାୟକ ହୋଇଥାଏ।

ଅଣ୍ଡା ତେଲ ଅଣ୍ଡାର କେଶର ...

  • ପାର୍ବଣରେ ସୁନା ପରିବର୍ତ୍ତେ ରୁପାରେ ଆଗ୍ରହ

    13822
    Oct 03, 2026
  • ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ଶିକ୍ଷା ପ୍ରଦାନ କରୁଛି

    15386
    Oct 01, 2026
  • ଭାରତରେ ‘Apple Pay’ ପ୍ରବେଶ

    15050
    Sep 30, 2026
  • ଏଣିକି ୩୦ ଦିନର ରିଚାର୍ଜ ପ୍ଲାନ୍

    14401
    Sep 28, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବନ୍ୟା ମାଡ଼ରେ ଦରଗଡିଶିଳା ପର୍ଯ୍ୟଟନ ଧ୍ୱଂସ୍ତ

    15097
    Oct 04, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14150
    Oct 04, 2026
  • ଇନଫ୍ଲ୍ୟଏନ୍ସର ମ୍ୟାଡ଼ ସନ୍ଧୁଙ୍କୁ ଗୁଳି କରି ହତ୍ୟା

    13565
    Oct 04, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In