ଉଚ୍ଚନ୍ୟାୟାଳୟରେ ଦୁର୍ଗାପୂଜା ଅବକାଶ ଆରମ୍ଭ
କଟକ: ଓଡିଶା ଉଚ୍ଚନ୍ୟାୟାଳୟରେ ଦୁର୍ଗାପୂଜା ଅବକାଶ ଆରମ୍ଭ ହୋଇଛି। ଅବକାଶ ସମୟରେ ଅକ୍ଟୋବର ୧୧ରେ ଡକ୍ଟର ଜଷ୍ଟିସ ବିଦ୍ୟୁତ୍ରଞ୍ଜନ ଷଡଙ୍ଗୀ ଓ ଜଷ୍ଟିସ ସାବିତ୍ରୀ ରଥ ଅବକାଶକାଳୀନ ଖଣ୍ଡପୀଠରେ ବସି ମାମଲା ଶୁଣାଣି କରିବେ। ସେହିଭଳି ଅକ୍ଟୋବର ୧୮ରେ ଜଷ୍ଟିସ ବିଶ୍ବଜିତ ମହାନ୍ତି ଓ ଜଷ୍ଟିସ କେ.ଆର.ମହାପାତ୍ର ଏବଂ ଅକ୍ଟୋବର ୨୧ରେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ୍ ବି.ପି.ରାଉତରାୟ ଅବକାଶକାଳୀନ ଖଣ୍ଡପୀଠରେ ବସି ମାମଲା ଶୁଣାଣି କରିବେ ବୋଲି ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଅବକାଶକାଳୀନ ଖଣ୍ଡପୀଠରେ ହାଇବ୍ରିଡ୍ ମୋଡ୍ରେ ମାମଲା ଶୁଣାଣି କରାଯିବ। ଦୁର୍ଗାପୂଜା ଅବକାଶ ସମୟରେ ଅକ୍ଟୋବର ୧୧, ୧୬, ୧୮, ୨୧ ଓ ୨୨ ତାରିଖରେ ହାଇକୋର୍ଟ କାର୍ଯ୍ୟାଳୟ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଖୋଲା ରହିବ। ଅକ୍ଟୋବର ୨୫ରେ କୋର୍ଟ ଖୋଲିବ।
Powered by Froala Editor