୨୬ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ଜବତ, ୩ ଗିରଫ
କଟକ: କଟକରୁ ପୁଣି ଜବତ ହେଲା ୨୬ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର । ବ୍ରାଉନ୍ସୁଗାର ବିକ୍ରି କରିବା ଅଭିଯୋଗରେ ୩ଜଣଙ୍କୁ ଗିରଫ ମଧ୍ୟ କରିଛି କଟକ ଦରଘାବଜାର ଥାନା ପୋଲିସ ।
ସେହିପରି ବ୍ରାଉନ୍ସୁଗାର କାରବାରର ଚେର କେଉଁଆଡ଼େ ଲମ୍ବିଛି । ସେନେଇ ଛାନ୍ଭିନ୍ ଜାରି ରଖିଛି ପୋଲିସ । ଏମାନେ ସବୁ କେତେଦିନ ଠାରୁ ଏହି ଚୋରା କାରବାରରେ ସଂପୃକ୍ତ ଥିଲେ । ସେନେଇ ମଧ୍ୟ ଖୋଲତାଡ଼ ଜାରି ରଖିଛି ଦରଘାବଜାର ଥାନା ପୋଲିସ ।
ଏହି ନିଶା କାରବାର କୁ ନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଫଳରେ ଏହି ସର୍ମ୍ପକୀତ ସମସ୍ତ ତଥ୍ୟ ବାହାର କରିବାକୁ ଚେଷ୍ଟା ଜାରୀ କରିଥିଲା । ଏହାପରେ ପୋଲିସ ଆକ୍ସନ ମୁଡ଼୍କୁ ଆସି ଚଢାଉ ଆରମ୍ଭ କରିଥିଲେ ।
Powered by Froala Editor