ଭକ୍ତଙ୍କ ପାଇଁ ଆଜି ଶ୍ରୀମନ୍ଦିର ବନ୍ଦ
ପୁରୀ : ଆଜି ମହାଳୟା ଅମାବାସ୍ୟା ନେଇ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ। ଭକ୍ତଙ୍କ ଅତ୍ୟଧିକ ଗହଳି ହେବା ସମ୍ଭାବନାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏଭଳି ନିଷ୍ପତି ନେଇଛି। କେବଳ ଆଜି ନୁହେଁ ଚଳିତ ମାସରେ ଆଠ ଦିନ ଶ୍ରୀମନ୍ଦିର ବନ୍ଦ ରହିବ।
ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତି ଅନୁଯାଇ ପ୍ରତି ରବିବାର ସମେତ ବିଶେଷ ପର୍ବପର୍ବାଣି ଦିନମାନଙ୍କରେ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ। ନିଷ୍ପତି ମୁତାବକ ଚଳିତ ମାସରେ ପାଞ୍ଚଟି ରବିବାର ସମେତ ଆସନ୍ତାକାଲି ମହାଳୟା ଅମାବାସ୍ୟା, ୧୫ ତାରିଖ ଦଶହରା ଓ ୨୦ତାରିଖ ଦିନ ଗଜଲକ୍ଷ୍ମୀ ପୂଜା ପାଇଁ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
Powered by Froala Editor