ଗଞ୍ଜେଇ ମାଫିଆଙ୍କ ବେନାମି ସମ୍ପତ୍ତି ଜବତ
ଭୁବନେଶ୍ବର/ମାଲକାନଗିରି: ଗଞ୍ଜେଇ ମାଫିଆଙ୍କ ବେନାମି ସମ୍ପତ୍ତି ଜବତ୍ କରିଛି ଓଡ଼ିଶା ପୋଲିସ । ନିଶା କାରବାରକୁ ରୋକିବା ଅଭିଯାନରେ ଆଉ ଏକ ଦୃଷ୍ଟାନ୍ତ ପଦକ୍ଷେପ ନେଇଛି ମାଲକାନଗିରି ପୋଲିସ । ୬ ଅଭିଯୁକ୍ତଙ୍କ ୫ ବିଲ୍ଡି୍ଂ ସମେତ ୬ଟି ଗାଡି ଓ ୧୨ଟି ଆକାଉଣ୍ଟକୁ ଫ୍ରିଜ୍ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୩.୫ କୋଟି ଟଙ୍କା ହେବାନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି ।
ଫେବ୍ରୁଆରୀ ୧ ତାରିଖରେ ମାଲକାନଗିରିର ଏମ ୭ ଥାନା ଅଞ୍ଚଳରୁ ୧୪୦୬ କେଜି ଜବତ କରିଥିଲା ପୋଲିସ । ଏହି ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବେନାମି ସମ୍ପତ୍ତିକୁ ଆଟାଚ ପାଇଁ ନିର୍ଦ୍ଦେଶ ଦେଇଛି ନ୍ୟାୟିକ ପ୍ରାଧିକରଣ କୋଲକାତାର କମ୍ପିଟେଣ୍ଟ୍ ଅଥରିଟି । ଏହି ଆଧାରରେ ୬ ଜଣ ଅଭିଯୁକ୍ତଙ୍କ ୫ ବିଲ୍ଡି୍ଂ ସମେତ ୬ଟି ଗାଡ଼ି ଓ ୧୨ଟି ଆକାଉଣ୍ଟକୁ ଫ୍ରିଜ୍ କରାଯାଇଛି । ଏହି ସମସ୍ତ ସମ୍ପତ୍ତିର ଆନୁମାନିକ ମୂଲ୍ୟ ୩.୫ କୋଟି ଟଙ୍କା ହେବ ।ପୂର୍ବରୁ ନବରଙ୍ଗପୁର ଜିଲ୍ଲାରେ କୋଶାଗୁୁମୁଡ଼ା ଥାନା ଓ ପାପଡାହାଣ୍ଡି ଥାନା ଅଞ୍ଚଳର ଗଞ୍ଜେଇ ମାଫିଆଙ୍କ ୧.୬୭କୋଟି ଓ ୪.୮୮କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ପୋଲିସ ।
Powered by Froala Editor