ରେଭ୍ ପାର୍ଟି ଓ ଡ୍ରଗ୍ସ ମାମଲାରେ ଓଡ଼ିଶା ଲିଙ୍କ୍ : ଗଞ୍ଜେଇ ସହ ଦୁଇଜଣଙ୍କୁ ଧରିଛି ଏନ୍ସିବି
ରେଭ୍ ପାର୍ଟି ଓ ଡ୍ରଗ୍ସ କାରବାର ମାମଲାରେ ଜଣେ ନୁହେଁ, ୨ ଓଡିଆଙ୍କୁ ଗିରଫ କରିଛି ଏନ୍ସିବି। ସେମାନଙ୍କୁ ଗିରଫ କରି ନାର୍କୋଟିକ୍ କଣ୍ଟ୍ରୋଲ୍ ବ୍ୟୁରୋ ତଥ୍ୟ ଉଗାଳିଛି। ଉଭୟଙ୍କ ଘର ରାଉରକେଲା ବୋଲି ଜଣାଯାଇଛି। ସେମାନେ ହେଲେ ମନୀଷ ରାଜଗରିଆ ଓ ଅଭିନ ସାହୁ । ଏମାନେ ସେଦିନ ସେହି କ୍ରୁଜ ଜାହାଜରେ ଥିଲେ ବୋଲି ଜଣାଯାଇଛି । ସେମାନଙ୍କୁ ମୁମ୍ବାଇର ଏସପ୍ଲାଣ୍ଡ କୋର୍ଟ ଅକ୍ଟୋବର ୧୧ ପର୍ଯ୍ୟନ୍ତ ଏନସିବି (ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ) ରିମାଣ୍ଡକୁ ପଠାଇଦେଇଛନ୍ତି ।
ସୂଚନା ଅନୁଯାୟୀ, ମନୀଷଙ୍କ ଠାରୁ ୨.୪ ଗ୍ରାମ ଗଂଜେଇ ଜବତ ହୋଇଥିବା ନେଇ କୋର୍ଟଙ୍କୁ ଜଣାଇଛି ଏନ୍ସିବି। ସେହିପରି ଅଭିନ କ୍ରୁଜ୍ରେ ୨ଥର ଗଂଜେଇ ଟାଣିଥିବାନେଇ ନିଜେ ମାନିଥିବା ଏନ୍ସିବି କୋର୍ଟଙ୍କୁ ଅବଗତ କରାଇଛି। ତେବେ କ୍ରୁଜ୍ରେ ଡ୍ରଗ୍ସ ପାର୍ଟି ସହ ଏମାନଙ୍କ ଲିଙ୍କ୍ କ'ଣ ଥିଲା ? ଓଡ଼ିଶାରୁ ମୁମ୍ବାଇ ପର୍ଯ୍ୟନ୍ତ ଏମାନେ କେମିତି ପହଞ୍ଚିଲେ? କୌଣସି ଡ୍ରଗ୍ସ ବିକାଳିଙ୍କ ସହ ଏମାନଙ୍କ ସମ୍ପର୍କ ଅଛି କି ନାହିଁ ? ଏ ସବୁର ଖୋଳତାଡ଼ କରୁଛି ଏନ୍ସିବି।
ପୂର୍ବରୁ ଏହି ମାମଲାରେ ୧୨ ଜଣ ଗିରଫ ହୋଇଥିଲେ । ସେମାନଙ୍କ ମଧ୍ୟରେ ଥିଲେ ଆରୟାନ ଖାଁ । ଆଜି ଗିରଫ ହୋଇଥିବା ୪ ଜଣଙ୍କୁ ମିଶାଇଲେ ଏହି ମାମଲାରେ ମୋଟ ୧୬ ଜଣ ଗିରଫ ହେଲେଣି । ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ଥିବା ଆରୟାନଙ୍କ ମୋବାଇଲ୍ରେ ଥିବା ଚାଟ୍, ଫଟୋ ଏବଂ ଭିଡିଓରୁ ଡ୍ରଗ୍ସ ସହ ଅନ୍ୟ ସାମଗ୍ରୀ ବିଦେଶରୁ ଆସୁଥିବା ତଥ୍ୟ ପାଇଛି ଏନ୍ସିବି।
Powered by Froala Editor