ଫେସ୍ବୁକ ଅଚଳ ପରେ ବଡ଼ କ୍ଷତି ସହିଲେ ଜୁକରବର୍ଗ

ମାତ୍ର କିଛି ଘଣ୍ଟା ଫେସବୁକ, ହ୍ୱାଟସଆପ ଓ ଇନଷ୍ଟାଗ୍ରାମ ଅଚଳ ହେବା ଫଳରେ ମାର୍କ ଜୁକରବର୍ଗଙ୍କୁ ବଡ଼ କ୍ଷତି ସହିବାକୁ ପଡିଛି। ମାତ୍ର ୫ରୁ ୬ ଘଣ୍ଟା ମଧ୍ୟରେ ଜୁକରବର୍ଗ ୫୨ ହଜାର କୋଟି ଟଙ୍କାର କ୍ଷତି ସହିଛନ୍ତି । ଏଭଳି କ୍ଷତି ତାଙ୍କୁ ବିଶ୍ୱର ଧନୀ ତାଲିକାରୁ ମଧ୍ୟ ଗୋଟିଏ ସ୍ଥାନ ତଳକୁ ଠେଲିଦେଇଛି ।
ସୋମବାର ଭାରତୀୟ ସମୟ ଅନୁଯାୟୀ ପ୍ରାୟ ରାତି ୯ଟାରୁ ୧୦ଟା ଭିତରେ ପୂରା ବିଶ୍ୱରେ ଫେସବୁକ ଡାଉନ ରହିଥିଲା । ଏହାଛଡା ଇନଷ୍ଟାଗ୍ରାମ ଓ ହ୍ୱାଟସଆପ ମଧ୍ୟ ଘଣ୍ଟା ଘଣ୍ଟା ଧରି ଚାଲିନଥିଲା । ନା ମେସେଜ ଯାଉଥିଲା, ନା ଫେସବୁକରେ କୌଣସି ନୂଆ ପୋଷ୍ଟ ଦେଖିବାକୁ ମିଳୁଥିଲା । ଲୋକେ ଇଣ୍ଟରନେଟ ସମସ୍ୟା ଭାବି ଅନେକଥର ଫୋନରୁ ସିମ୍ କାଢିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ପରେ ଏହି ୩ ସାଇଟ ଡାଉନ ଥିବା ଜାଣିବାକୁ ମିଳିଥିଲା ।
ଫେସବୁକର ସେୟାର ମଧ୍ୟରୁ ୨୦୦ କୋଟି ଦୈନିକ ସକ୍ରିୟ ୟୁଜରଙ୍କ ସଂଖ୍ୟା ଗତକାଲି ୪.୯ ପ୍ରତିଶତ ହ୍ରାସ ପାଇଥିଲା । ଆଭ୍ୟନ୍ତରୀଣ ତ୍ରୁଟି ଯୋଗୁ ଏହି ବ୍ଲାକ ଆଉଟ ହୋଇଥିଲା ବୋଲି ନିରାପତ୍ତା ବିଶେଷଜ୍ଞମାନେ କହିଛନ୍ତି । ଅସହିଷ୍ଣୁତା ମୂଳକ ତଥ୍ୟ ଓ ତ୍ରୁଟିଯୁକ୍ତ ସୂଚନା ପ୍ରସାରଣ ଅଭିଯୋଗ କରି କମ୍ପାନୀ ପକ୍ଷରୁ ଅଧିକରୁ ଅଧିକ ଆକାଉଣ୍ଟ ଉପରେ କଟକଣା ଜାରି କରି କମ୍ପାନୀ ଅଧିକ ଲାଭ ପାଉଛି ବୋଲି ଓ୍ବେବସାଇଟ ମନିଟରିଂ ଗ୍ରୁପ ଡାଉନ ଡିଟେକ୍ଟର ଅଭିଯୋଗ କରିଥିଲା ।
Powered by Froala Editor