ଦୁର୍ଘଟଣାରେ ବିଧାୟକ ଆହତ
ଫୁଲବାଣୀ : ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଦୁର୍ଘଟଣାରେ ଆହତ ହୋଇଛନ୍ତି । ସୋମବାର ସକାଳ ପ୍ରାୟ ୮ଟା ସମୟରେ ବିଧାୟକ ଶ୍ରୀ କହଁର ନିଜ ପୈତୃକ ଗ୍ରାମ ପକାରିରୁ ଏକ ବାଇକ୍ ଯୋଗେ ମନ୍ଦିରକୁ ଦର୍ଶନ ନିମନ୍ତେ ଯାଉଥିବାବେଳେ ଅପରପାର୍ଶ୍ୱରୁ ଦୁଇ ଜଣ ଯୁବକ ଚଳାଇ ଆସୁଥିବା ଏକ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ବିଧାୟକ ଗାଡ଼ିରୁ ଛିଟିକି ପଡ଼ିବାରୁ ଆହତ ହୋଇଥିଲେ । ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ସେ ନିଜ ଗ୍ରାମକୁ ଫେରିଯାଇଥିବା ଜଣାପଡ଼ିଛି ।
Powered by Froala Editor