କିଛି ସମୟ ପାଇଁ ଠପ୍ ହୋଇଗଲା ଫେସବୁକ୍, ହ୍ୱାଟ୍ସଆପ୍ ଓ ଇନଷ୍ଟାଗ୍ରାମ

କିଛି ସମୟ ପାଇଁ ବନ୍ଦ ହୋଇଯାଇଛି ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଫେସବୁକ୍, ହ୍ୱାଟ୍ସଆପ୍ ଓ ଇନଷ୍ଟାଗ୍ରାମ । ସୋମବାର ରାତି ପ୍ରାୟ ସାଢେ ୯ଟା ସମୟରେ ଫେସବୁକ୍, ହ୍ବାଟସ୍ଆପ୍ ଓ ଇନଷ୍ଟାଗ୍ରାମ୍ ସର୍ଭର ଡାଉନ ହୋଇପଡ଼ିଛି। ଏ ନେଇ ଫେସବୁକ୍, ହ୍ବାଟସ୍ଆପ୍ ଓ ଇନଷ୍ଟାଗ୍ରାମ୍ ପକ୍ଷରୁ ଦୁଃଖପ୍ରକାଶ କରାଯାଇଛି ଓ ଖୁବ୍ ଶୀଘ୍ର ସେବା ଜାରି କରାଯିବାକୁ ଉଦ୍ୟମ ଚାଲିଛି ବୋଲି କୁହାଯାଇଛି। ତେବେ କେଉଁ କାରଣ ପାଇଁ ଏହି ସେବା ବନ୍ଦ ହୋଇ ତାହା ଜଣା ପଡ଼ିନାହିଁ।
ଫେସବୁକ୍ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି, କିଛି ଲୋକେ ଆମ ଆପ୍ସ ଓ ପ୍ରଡକ୍ଟ ବ୍ୟବହାର କରିବାରେ ସମସ୍ୟାର ସାମ୍ନା କରୁଥିବା ଆମେ ଜାଣିବାକୁ ପାଇଲୁ। ଖୁବଶୀଘ୍ର କିପରି ସବୁକିଛି ପୂର୍ବାବସ୍ଥାକୁ ଫେରିଆସିବ, ସେ ନେଇ ଆମେ କାମ ଚଳାଇଛୁ। ବ୍ୟାଘାତ ପହଞ୍ଚିଥିବାରୁ ଆମେ ଦୁଃଖିତ।
Powered by Froala Editor