ପଶ୍ଚିମବଙ୍ଗରେ ବିଜୟୋତ୍ସବ ପାଳନ କରିବାକୁ ମନା କଲେ ନିର୍ବାଚନ କମିସନ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ୩ଟି ଆସନରେ ହୋଇଥିବା ଉପନିର୍ବାଚନର ଭୋଟଗଣତି ଶେଷ ହୋଇଛି । ଭବାନୀପୁର ଆସନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୫୦ ହଜାରରୁ ଅଧିକ ଭୋଟରେ ବିଜୟ ହାସଲ କରିଛନ୍ତି । ରାଜ୍ୟରେ ନିର୍ବାଚନ ପରବର୍ତ୍ତୀ ହିଂସାକୁ ଦୃଷ୍ଟିରେ ରଖି କେନ୍ଦ୍ର ନିର୍ବାଚନ କମିସନ ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖି ବିଜୟୋତ୍ସବ ପାଳନ କରିବାକୁ ମନା କରିଛନ୍ତି । ବିଜୟୋତ୍ସବ ଶୋଭାଯାତ୍ରାରୁ ହିଂସା ଆରମ୍ଭ ହେବା ସମ୍ଭାବନା ରହିଛି । ବିଧାନସଭା ନିର୍ବାଚନ ପରେ ରାଜ୍ୟରେ ଯେଭଳି ହିଂସା ଲାଗି ରହିଥିଲା, ଉପ ନିର୍ବାଚନ ଫଳାଫଳ ଘୋଷଣା ପରେ କୌଣସି ପ୍ରକାର ହିଂସା ନ ଘଟିବା ପାଇଁ ରାଜ୍ୟ ସରକାର ସତର୍କ ରହିବାକୁ ନିର୍ବାଚନ କମିସନ ନିଦେ୍ର୍ଧଶ ଦେଇଛନ୍ତି । ବିଧାନସଭା ନିର୍ବାଚନ ପରେ ପଶ୍ଚିମବଙ୍ଗରେ ହୋଇଥିବା ହିଂସା ସମସ୍ତ ରେକର୍ଡକୁ ଭାଙ୍ଗି ଦେଇଥିବା ହତ୍ୟା, ପୋଡ଼ାଜଳା, ଦୁଷ୍କର୍ମ ଭଳି ଅନେକ ଘଟଣା ଘଟିଥିଲା ଏବଂ ଅନେକ ଲୋକ ଏହାର ଶିକାର ହୋଇଥିଲେ । ବିଜେପି ପ୍ରାର୍ଥୀ ପି୍ରୟଙ୍କା ତିବ୍ରେୱାଲ କୋଲାକତା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖି ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ସମ୍ଭାବିତ ହିଂସା ରୋକିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ ।
Powered by Froala Editor