୨୪ଘଣ୍ଟା ମଧ୍ୟରେ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ହେବା ସମ୍ଭାବନା
ଭୁବନେଶ୍ୱର: ବଙ୍ଗୋପ ସାଗରରେ ଉତ୍ତର-ଦକ୍ଷିଣ ନିମ୍ନ ଚାପରେଖା ଓଡିଶା ପର୍ଯ୍ୟନ୍ତ ଲମ୍ବିଛି । ଫଳରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ଉପକୂଳବର୍ତ୍ତୀ ଓଡିଶାର କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଜିଲ୍ଲା ଗୁଡିକ ମଧ୍ୟରେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ନୟାଗଡ ଗଞ୍ଜାମ, ଗଜପତି, ରହିଛି । ଏହି ଜିଲ୍ଲା ଗୁଡିକରେ ବର୍ଷା ହେବାକୁ ଥିବା ବେଳେ ଗୋଟିଏ ଦୁଇଟି ଜିଲ୍ଲାରେ ବଜ୍ରପାତର ଆଶଙ୍କା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଏହା ସହିତ ମାସର ପ୍ରଥମ ତିନି ଦିନରେ କମ ବର୍ଷା ହୋଇଥିବା ବେଳେ ଅକ୍ଟୋବର ମାସରେ ମଧ୍ୟ ନିଅଣ୍ଟିଆ ବର୍ଷା ହେବା ନେଇ ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି ।
Powered by Froala Editor