ଗେମ୍ ନେଲା ଛାତ୍ରର ଜୀବନ

ଫ୍ରି-ଫାୟାର ଗେମ୍ କାରଣରୁ ଜଣେ ଛାତ୍ରର ଜୀବନ ଯାଇଥିବା ଜଣାପଡ଼ିଛି । ମୃତ ଛାତ୍ର ଆନନ୍ଦପୁର ଆର୍ଦଶ ବିଦ୍ୟାଳୟର ୯ମ ଶ୍ରୋଣୀର ଛାତ୍ର ସୌମ୍ୟ ରଂଜନ ଜେନା । ସୌମ୍ୟ ଆଜି ମୋବାଇଲରେ ଫ୍ରିଫାୟାର ଗେମ୍ ଖେଳିବକୁ ମାଙ୍କୁ ମୋବାଇଲ୍ ମାଗିଥିଲା । ହେଲେ ଗତ ୨ଦିନ ଧରି ବିଦ୍ୟାଳୟର ପରୀକ୍ଷା ଚାଲିଥିବାରୁ ତାଙ୍କ ମାଆ ମୋବାଇଲ୍ ଦେବାକୁ ବାରଣ କରିଥିଲେ । ଏଥିରେ ରାଗି ଯାଇ ସୌମ୍ୟ ଛାତ ଉପରେ ବେକରେ ରଶି ଲଗାଇ ଦେଇଥିଲେ । ଭଉଣୀ ଛାତକୁ ଯିବାରୁ ସୌମ୍ୟର ଏ ଅବସ୍ଥା ଦେଖି ମାଆଙ୍କୁ ଜଣାଇଥିଲେ । ପରିବାର ଲୋକ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାକୁ ଆଣିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
Powered by Froala Editor