ନା ସ୍ୱାସ୍ଥ୍ୟସେବା ମିଳିଲା ନା ପୁଅଙ୍କ ସହାୟତା : ସ୍ତ୍ରୀକୁ ଟଲିରେ ବୋହି ମେଡିକାଲ ଆଣିଲେ ବୃଦ୍ଧ

ସ୍ୱାସ୍ଥ୍ୟ ସେବା ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ରହିଛି। ହେଲେ ଏହାର କିଭଳି ଉପକୃତ ହେଉଛନ୍ତି ଲୋକେ ତାହାର ନଗ୍ନ ଚିତ୍ର ଏହି ମୟୁରଭଞ୍ଜରେ ଦେଖିବାକୁ ମିଳିଛି । ମୟୁରଭଞ୍ଜ ଜିଲ୍ଲାର ଶୁଳିଆପଦା ବ୍ଲକ୍ ଭଣ୍ଡାରିଶୋଳ ଗାଁର ବିଶ୍ଵନାଥ ହାଁସଦା ଆଜି ଅସୁସ୍ଥ ସ୍ତ୍ରୀକୁ ଟ୍ରଲିରେ ଟାଣି ଟାଣି ଡାକ୍ତରଖାନା ନେଇଥିଲେ । ଆଉ ହସ୍ପିଟାଲରେ ଡାକ୍ତରଙ୍କୁ ଦେଖାଇବା ପରେ ପୁଣି ସେଠାରୁ ଘରକୁ ମଧ୍ୟ ଟ୍ରଲି ଯୋଗେ ନେଲେ। ବିଶ୍ଵନାଥଙ୍କ ଦୁଇ ପୁଅ ଅଛନ୍ତି। ହେଲେ ବାପାଙ୍କୁ ସହାୟତା କରିବାକୁ ଆସି ନ ଥିଲେ। ପ୍ରବଳ ବର୍ଷା ଯୋଗୁଁ ଏକ ପଲିଥିନରେ ନିଜ ଅସୁସ୍ଥ ପତ୍ନୀଙ୍କୁ ଘୋଡ଼ାଇ ଦେଇ ଅସହାୟ ହୋଇ ଟ୍ରଲିରେ ଟାଣି ଟାଣି ନେଇଥିଲେ। ଏହାର ଭିଡିଓ ଭାଇରାଲ୍ ହୋଇଛି।
ବିଶ୍ଵନାଥଙ୍କ ସ୍ତ୍ରୀ ଆଜି ଜଙ୍ଗଲକୁ ପତ୍ର ତୋଳିବାକୁ ଯାଇଥିବାବେଳେ ବେଳେ ଏକ ପାଣି ଭର୍ତ୍ତି ଖାଲରେ ପଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ଏହା ଦେଖିପାରି ମହିଳାଙ୍କୁ ଉଦ୍ଧାର କରିଥିଲେ। ହେଲେ ମହିଳାଙ୍କ ଦେହ ଅସୁସ୍ଥ ହେବାରୁ ବିଶ୍ଵନାଥ ଏକ ଟ୍ରଲିରେ ତାଙ୍କ ସ୍ତ୍ରୀଙ୍କୁ ନିକଟସ୍ଥ ଏକ ବେସରକାରୀ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ତାଙ୍କୁ ଚିକିତ୍ସା କରାଇ ପୁଣି ସେହି ଟ୍ରଲିରେ ତାଙ୍କୁ ତାଙ୍କ ଘରକୁ ନେଇ ଆସିଥିଲେ।
Powered by Froala Editor