ଗାଁରେ ପଶିଲା ବିଶାଳ ଅହିରାଜ
ଅନୁଗୁଳ ଜିଲ୍ଲା ଗଡତରାସ ଗାଁରୁ ୧୨ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର ହୋଇଛି । ସାପକୁ ବନ୍ତଳା ବନ କାର୍ଯ୍ୟାଳୟ ଅଣାଯିବା ପରେ ଜଙ୍ଗଲରେ ଛାଡି ଦିଆଯାଇଛି । ଶିବ ମନ୍ଦିର ନିକଟ ଏକ ଜଳାଶୟ ପାଖରେ ଏକ ବଡ଼ ସାପକୁ ଗାଁର କିଛି ଲୋକ ଦେଖି ଭୟଭୀୟ ହୋଇଯାଇଥିଲେ । ତୁରନ୍ତ ଗ୍ରାମ ସଭାପତି ସୁବର୍ଣ୍ଣୀ ପ୍ରଧାନ ଏସମ୍ପର୍କରେ ଅନୁଗୁଳର ସର୍ପମିତ୍ର ଆଦିତ୍ୟ ବେହେରାଙ୍କୁ ଜଣାଇଥିଲେ । ଆଦିତ୍ୟଙ୍କ ସହ ସାପ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ବେଶ ସତର୍କତାର ସହ ୧୨ ଫୁଟର ଅହିରାଜ ସାପକୁ ସେମାନେ ଉଦ୍ଧାର କରିବାରେ ସଫଳ ହୋଇଥିଲେ ।
ସୂଚନା ଅନୁଯାୟୀ, ଦୁଇ ବର୍ଷ ମଧ୍ୟରେ ଗଡ଼ତରାସ ଗାଁରୁ ୩ଟି ଅହିରାଜ ସାପ ଉଦ୍ଧାର ହୋଇଥିବା ସର୍ପମିତ୍ର ଆଦିତ୍ୟ ବେହେରା କହିଛନ୍ତି । ନିକଟରେ ଜଙ୍ଗଲ ଥିବାରୁ ଅହିରାଜ ସାପ ରହୁଥିବା ଅନୁମାନ କରାଯାଉଛି ।
Powered by Froala Editor