ଏହି ଟ୍ରିକ୍ ଅଭ୍ୟାସ କରନ୍ତୁ, ୨ ମିନିଟ୍ରେ ଆସିବ ନିଦ

ନିଜ ମୁହଁର ସବୁ ମସଲ୍ସକୁ ରାଲାକ୍ସ କରି ନିଅନ୍ତୁ। ଜିଭ ,ଦାନ୍ତ , ଆଖିର ଆଖପାଖର ମାଂସପେଶୀର ଯନ୍ତ୍ରଣା ଦୂର କରନ୍ତୁ। ନିଜର କାନ୍ଧ ଯେତେ ତଳକୁ ନେଇପାରିବ , ନେଇ ଯାଆନ୍ତୁ। ନିଶ୍ୱାସ ବାହାରକୁ ଛାଡ଼ନ୍ତୁ , ମୁଣ୍ଡ ଓ ପାଦକୁ ରିଲାକ୍ସ କରନ୍ତୁ । ଏହାପରେ ୧୦ ସେକେଣ୍ଡରେ ନିଜ ମସ୍ତିଷ୍କରୁ ସବୁ ଚିନ୍ତା ଓ ସମସ୍ୟାକୁ ବାହାର କରିବାକୁ ଚେଷ୍ଟା କରନ୍ତୁ। ଏହି ୨ ଟି ଫଟୋ ମଧ୍ୟରୁ ଗୋଟିଏ ବିଷୟରେ ଭାବନ୍ତୁ – ଗୋଟିଏ ହେଉଛି ଆପଣ କୌଣସି ଶାନ୍ତ ଶୀତଳ ହ୍ରଦର କୂଳରେ ଶୋଇଛନ୍ତି ଓ ଉପରେ ନୀଳ ଆକାଶ , ଯାହାକି ପୂରା ନିର୍ମଳ ଦେଖାଯାଉଛି ଏବଂ ୨ୟ ଫଟୋରେ ଆପଣ ଏକ ଅନ୍ଧାରୁଆ ରୁମ୍ରେ ଭେଲ୍ଭେଟ୍ ଝୁଲାରେ ଶୋଇଛନ୍ତି ।
୧୦ ସେକେଣ୍ଡ ପର୍ୟ୍ୟନ୍ତ ବାରମ୍ୱାର ଏହାକୁ ଦୋହରାନ୍ତୁ – କିଛି ଭାବନ୍ତୁ ନାହିଁ , ଭାବନ୍ତୁ ନାହିଁ , ଭାବନ୍ତୁ ନାହିଁ । ଏକ ରିପୋର୍ଟ ମୁତାବିକ୍ ୬ ସପ୍ତାହ ପର୍ୟ୍ୟନ୍ତ ଅଭ୍ୟାସ କରିବା ପରେ ପାଖାପାଖି ୯୬ ପ୍ରତିଶତ ଲୋକଙ୍କ ପାଇଁ ଏହି ଟ୍ରିକ୍ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି ।
Powered by Froala Editor