ଦାଢି କାଟିଲେ ମିଳିବ କଠୋର ଦଣ୍ଡ, କାହିଁକି ଜାଣନ୍ତୁ
କାବୁଲ: ଆଫଗାନିସ୍ଥାନକୁ ତାଲିବାନର ଜୋର ଜବରଦସସ୍ତ ଦଖଲ ପରେ, ତାଲିବାନର ବର୍ବର କାଣ୍ଡରେ ହନ୍ତସନ୍ତ ହେଉଛନ୍ତି ଆଫଗାନ ବାସିନ୍ଦା । ତାଲିବାନ ଦୀର୍ଘ ୨୦ବର୍ଷ ତଳର ରଙ୍ଗ ପୁଣି ଦେଖାଉଛି । ମହିଳା ଓ ପୁରୁଷ ଓ ଶିଶୁଙ୍କ ପାଇଁ ନୂଆ ନିୟମ ତିଆରି କରିଛି । ଶ୍ରେଣୀରେ ଏକାଠି ବସି ପାଠ ପଢିବାଠୁ ଆରମ୍ଭ କରିବା କରି ଜିନ୍ସ ପିନ୍ଧିବା ଓ ମହିଳମାନେ ନେଲପଲିସ୍ ଲଗାଇବା ଆଦିକୁ ବାରଣ କରିଛି । ଏହାକୁ ନମାନିଲେ ଅତ୍ୟନ୍ତ ବର୍ବରତାର ସହ ଦଣ୍ଡ ଦିଆଯାଉଛି । ଯେମିତିକି ମହିଳା ମାନଙ୍କୁ ରାସ୍ତାରେ ପିଟିବା, ଗୁଳି କରିବା, ଫାଶୀ ଦଣ୍ଡ ଦେବା ପୁରୁଷ ଓ ଶିଶୁଙ୍କୁ ନିର୍ମମ ଭାବେ ଦଣ୍ଡ ଦିଆଯାଉଛି । ବର୍ତ୍ତମାନ ତାଲିବାନର ଏକ ନୂଆ ନିୟମ ସମସ୍ତଙ୍କୁ ଚକିତ କରିଛି । ଏହି ନିୟମରେ ପୁରୁଷ ମାନେ ଦାଢି କାଟିଲେ, ଶିରିଆ ଆଇନ ଭଳି ସେମାନଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି କୁହାଯାଇଛି ।
Powered by Froala Editor