୨୩ ବର୍ଷରେ ପାଦ ଦେଲା ଗୁଗୁଲ
ଗୁଗୁଲକୁ ପୂରିଛି ୨୨ ବର୍ଷ । ଏବେ ୨୩ରେ ପାଦ ଦେଇଛି । ଏହି ଅବସରରେ ଗୁଗୁଲ ପକ୍ଷରୁ ଉତ୍ସବ କରାଯାଉଛି ଏବଂ ଗୁଗୁଲ ପାଇଁ ସ୍ୱତନ୍ତ୍ର ଡୁଡୁଲ ପ୍ରସ୍ତୁତ କରାଯାଇଛି । ଗୁଗୁଲର ଇଂଲିଶ୍ ସ୍ପେଲିଙ୍ଗ ଏଲ୍ ଲେଟରରେ କ୍ୟାଣ୍ଡେଲ କରାଯାଇ ଏହାର ତଳେ ୨୩ ନମ୍ବର ଲେଖା ଯାଇଥିବା ଡୁଡୁଲ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।
ଗୁଗୁଲର ଇତିହାସ :
୧୯୯୮ରେ ଲାରି ପେଜ୍ ଏବଂ ସର୍ଜେ ବ୍ରିନ୍ଙ୍କ ଉଦ୍ୟମରେ ଇଣ୍ଟରନେଟ୍କୁ ଅଧିକ ସହଜ କରିବା ଲାଗି ଗୁଗଲର ଶୁଭାରମ୍ଭ କରାଯାଇଥିଲା। ୧୯୯୫ରେ ଉଭୟେ ଏନେଇ ପ୍ରୟାସ ଆରମ୍ଭ କରିଥିଲେ। ୧୯୯୬ରେ ସେମାନେ ଏକ ସର୍ଚ୍ଚ ଇଞ୍ଜିନ୍ ବିକଶିତ କରିଥିଲେ। ସେତେବେଳେ ଏହାକୁ ବ୍ୟାକ୍ରବ୍ ଭାବେ ନାମିତ କରାଯାଇଥିଲା। ୨୦୦୫ରେ ଗୁଗଲର ଜନ୍ମଦିନ ସେପ୍ଟେମ୍ବର ୨୭ରେ ପାଳନ କରିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।
Powered by Froala Editor