ମହିଳା କନଷ୍ଟେବଳଙ୍କୁ ଗଣବଳକôାର
ଭୋପାଳ: ମଧ୍ୟପ୍ରଦେଶର ନିମଚ ଜିଲ୍ଲାରେ ଜଣେ ୩୦ ବର୍ଷୀୟ ମହିଳା କନଷ୍ଟେବଳଙ୍କୁ ୩ ଜଣ ବ୍ୟକ୍ତି ଗଣବଳକôାର କରିଛନ୍ତି । ଏଥିସହ ମୋବାଇଲ ଫୋନରେ ତାର ଭିଡିଓ ମଧ୍ୟ ଉତ୍ତୋଳନ କରିଛନ୍ତି । ଚଳିତ ମାସ ପ୍ରାରମ୍ଭରେ ଏହି ଘଟଣା ଘଟିଥିଲେ ମଧ୍ୟ ପୀଡ଼ିତା ମହିଳା ଗତ ୧୩ ତାରିଖରେ ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ଓ ତା’ର ମା’ଙ୍କୁ ଗିରଫ କରିଛି । ଏପି୍ରଲ ମାସରେ ଫେସବୁକରେ ପୀଡ଼ିତାଙ୍କ ସହ ଅଭିଯୁକ୍ତର ବନ୍ଧୁତା ହୋଇଥିଲା । ପରେ ହ୍ୱାଟସଆପରେ ଉଭୟେ ଚାଟିଂ କରୁଥିଲେ । ଅଭିଯୁକ୍ତ ତାର ସାନଭାଇର ଜନ୍ମଦିନ ପାଇଁ ପୀଡ଼ିତାଙ୍କୁ ତାଙ୍କ ଘରକୁ ଡାକିଥିଲେ । ଜନ୍ମଦିନ ପାର୍ଟି ପରେ ସେ ଓ ତାର ଅନ୍ୟ ଦୁଇ ଜଣ ସାଙ୍ଗ ମିଶି ପୀଡ଼ିତାଙ୍କୁ ବଳାକ୍ରାର କରିଥିବା ପୀଡ଼ିତା ଅଭିଯୋଗ କରିଛନ୍ତି ।
Powered by Froala Editor