ଓଟିଭି ରିପୋର୍ଟର ଅରିନ୍ଦମଙ୍କ ଅକାଳ ବିୟୋଗ
ଭୁବନେଶ୍ୱର: ଅରିନ୍ଦମ ଦାସ । ଓଡ଼ିଶା ସାମ୍ବାଦିକ ଜଗତର ଜଣେ ଜଣାଶୁଣା ଚେହେରା । ଦୁଃସାହାସିକ ରିପୋର୍ଟିଂରେ ତାଙ୍କର ବେଶ ଦକ୍ଷତା ଥିଲା । ବାତ୍ୟା ହେଉକି ବନ୍ୟା ସବୁବେଳେ ବିପଦସଂକୁଳ ସ୍ଥାନରେ ରହି ସେ ଭଲ ଖବର ଦେବାର ଶକ୍ତି ରଖିଥିଲେ । ଆଜି କିନ୍ତୁ ତାଙ୍କର ଅକାଳ ବିୟୋଗ ହୋଇଯାଇଛି । ମୁଣ୍ଡଳୀରେ ଠାରେ ଓଡ୍ରାଫ ବୋଟ ବୁଡ଼ି ଘଟଣାରେ ତାଙ୍କର ମୃତୁ୍ୟ ହୋଇଛି । ଧରିତ୍ରୀ ଏବଂ ଓଟିଭିରେ ସେ ବେଶ ସୁନାମ ଅର୍ଜନ କରିଥିଲେ । ତାଙ୍କର ମୃତୁ୍ୟନେଇ ଏସସିବି ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି ।
ପ୍ରକାଶ ଯେ, ହାତୀକୁ ଉଦ୍ଧାର କରିବାକୁ ଓଡ୍ରାଫ ଟିମ ସେଠାକୁ ବୋଟ ସହ ଯାଇଥିଲେ । ହାତୀକୁ ଉଦ୍ଧାର ଉଦ୍ୟମ ବେଳେ ଓଡ୍ରାଫ ବୋଟ ଓଲଟି ପଡ଼ିଥିଲା । ମହାନଦୀ ମୁଣ୍ଡଳି ବ୍ୟାରେଜ ନିକଟରେ ବୋଟଟି ଓଲଟି ପଡ଼ିଥିଲା । ହାତୀକୁ କୂଳକୁ ଘଉଡ଼ାଇବା ବେଳେ ପାଣିସ୍ରୋତରେ ବୋଟ ଓଲଟି ପଡ଼ିଥିଲା । ରବର ବୋଟରେ ଅପରେସନରେ ଓଡ୍ରାଫ ଟିମ ସାମିଲ ଥିଲେ । ସବୁଠୁ ବଡ଼ କଥାହେଲାଯେ, ଉକ୍ତ ଦୁର୍ଘଟଣାଗ୍ରସ୍ତ ବୋଟରେ ଓଟିଭିର ଅରିନ୍ଦମଙ୍କ ସହ ଜଣେ କ୍ୟାମେରାମ୍ୟାନ ଥିଲାବେଳେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସେମାନଙ୍କୁ ଉଦ୍ଧାର କରାଯାଇ ଏସସିବି ମେଡିକାଲକୁ ପଠାଯାଇଥିଲା । ତେବେ ମେଡିକାଲ ଟିମର ସମସ୍ତ ଚେଷ୍ଟା ସତ୍ତ୍ୱେ ଅରିନ୍ଦମଙ୍କୁ ବଞ୍ଚାଇବାର ସମ୍ଭବ ହୋଇପାରିନାହିଁ ।
Powered by Froala Editor