୧୫ ଜୁଡିସିଆଲ କର୍ମଚାରୀ ପଜିଟିଭ ଚିହ୍ନଟ, ଭୁବନେଶ୍ୱର କୋର୍ଟ ପରିସର ସିଲ୍
ଭୁବନେଶ୍ୱର: ଭୁବନେଶ୍ୱର କୋର୍ଟ ପରିସରକୁ ତିନି ଦିନ ପାଇଁ ସିଲ୍ କରି ଦିଆଯାଇଛି। କୋର୍ଟର ୧୫ ଜଣ ଜୁଡିସିଆଲ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ଆଜିଠୁ ଆସନ୍ତା ୨୬ ତାରିଖ ପର୍ୟ୍ୟନ୍ତ ଭୁବନେଶ୍ୱର କୋର୍ଟ ପରିସର ସିଲ୍ ରହିବ ବୋଲି ସୂଚନା ମିଳିଛି।
କୋଭିଡ୍ ସଂକ୍ରମଣ ପାଇଁ ଜିଲ୍ଲା କୋର୍ଟ, ଦେବୋତ୍ତର କମିଶନରଙ୍କ କାର୍ୟ୍ୟାଳୟ ମଧ୍ୟ ତିନି ଦିନ ବନ୍ଦ ରହିବ। ଏହାସହ କୋର୍ଟ ପରିସରରେ ଥିବା ବାର୍ ଆସୋସିଏସନ କାର୍ୟ୍ୟାଳୟ ମଧ୍ୟ ବନ୍ଦ ରହିବ ବୋଲି ଜଣାଯାଇଛି । ୨୭ ତାରିଖରେ କ୍ୟାମ୍ପ ଖୋଲାଯାଇ ସବୁ କର୍ମଚାରୀଙ୍କ ଜଞଚଉଜ ଟେଷ୍ଟ କରାଯିବ।
Powered by Froala Editor