ଶାଢି ପିନ୍ଧିଥିଲେ ବୋଲି ରେସ୍ତୋରାଁରେ ମିଳିଲାନି ଏଣ୍ଟ୍ରି
ଶାଢି ପିନ୍ଧିଥିଲେ ବୋଲି ରେସ୍ତୋରାଁରେ ମିଳିଲାନି ଏଣ୍ଟ୍ରି । ଏଭଳି ଅଜବ ନିୟମ ବିରୋଧରେ ଅଭିଯୋଗ ଆଣିଛନ୍ତି ଜଣେ ମହିଳା । ଟ୍ୱିଟରରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଜଣେ ମହିଳା କର୍ମଚାରୀ କହୁଛନ୍ତି ଯେ ଆମେ କେବଳ ସ୍ମାର୍ଟ କାଜୁଆଲ୍ ପୋଷାକ ପିନ୍ଧିଥିବା ଲୋକଙ୍କୁ ପ୍ରବେଶ ଅନୁମତି ଦେଇଥାଉ ଏବଂ ଶାଢ଼ି ସେଭଳି ପରିଧାନ ତାଲିକାରେ ନାହିଁ। ଦିଲ୍ଲୀ ଆକ୍ୱିଲା ରେସ୍ତୋରାଁରେ ଏଭଳି ଅଜବ ନିୟମ ରହିଛି ।
ମହିଳାଙ୍କ କହିବାନୁଯାୟୀ, ‘ଆକ୍ୱିଲା ରେସ୍ତୋରାଁରେ ଶାଢ଼ି ପିନ୍ଧିଥିବା ମହିଳାଙ୍କୁ ପ୍ରବେଶ ଅନୁମତି ଦେଉ ନାହାନ୍ତି। କାରଣ ଭାରତୀୟ ଶାଢ଼ୀ ବର୍ତ୍ତମାନ ସ୍ମାର୍ଟ ପୋଷାକ ନୁହେଁ। ଦୟାକରି ସ୍ମାର୍ଟ ପୋଷାକକୁ ବ୍ୟାଖ୍ୟା କରନ୍ତୁ ଏହା ପରେ ମୁଁ ଶାଢ଼ି ପିନ୍ଧିବା ବନ୍ଦ କରିବି’। ଉକ୍ତ ଭିଡିଓ ଦେଖିବା ପରେ ଲୋକମାନେ ଏହାକୁ ବିରୋଧ କରିବା ସହ ଭାରତୀୟ ସଂସ୍କୃତିକୁ ନଷ୍ଟ କରିବାକୁ ଏହା ଏକ ପ୍ରୟାସ ବୋଲି କହିଛନ୍ତି।
ଆଉ କିଛି ରେସ୍ତୋରାଁ ବନ୍ଦ କରିବାକୁ କହିଛନ୍ତି । ଏଭଳି ନିୟମ ରଖିବା ପୂର୍ବରୁ ରେସ୍ତୋରାଁ ମାଲିକ ନିଜେ ପରଖିବା ଦରକାର ବୋଲି କହିଛନ୍ତି । ଦିଲ୍ଲୀରେ ଯଦି ଏଭଳି ନିୟମ ଲାଗିବ ତେବେ ଭାରତୀୟ ସଂସ୍କୃତି ଆଉ କେଉଁଠି ବଞ୍ଚିବ ବୋଲି ୟୁଜର୍ସ ପ୍ରଶ୍ନ ଉଠାଇଛନ୍ତି ।
Powered by Froala Editor