ଫାଇଜର ବୁଷ୍ଟର ଡୋଜକୁ ଅନୁମତି : ଅଧିକ ବୟସ୍କ ଓ ସଂକ୍ରମଣ ଆଶଙ୍କା ବ୍ୟକ୍ତି ହିଁ ନେଇପାରିବେ
ଆମେରିକାର ଫୁଡ୍ ଆଣ୍ଡ୍ ଡ୍ରଗ୍ ଆଡ୍ମିନିଷ୍ଟ୍ରେସନ୍ ଫାଇଜର-ବାୟୋନଟେକ ପ୍ରସ୍ତୁତ କରିଥିବା କରୋନା ଟିକାକୁ ବୁଷ୍ଟର ଡୋଜ୍ ଭାବେ ବ୍ୟବହାର କରିବାକୁ ଅନୁମତି ପ୍ରଦାନ କରିଛି। କେବଳ ବୟସ୍କ ଓ ସଂକ୍ରମଣର ଅଧିକ ଆଶଙ୍କା ଥିବା ଲୋକମାନଙ୍କୁ ହିଁ ଫାଇଜର ଟିକାର ବୁଷ୍ଟର ଡୋଜ୍ ନେଇ ପାରିବେ ବୋଲି ଆମେରିକା ସରକାର କହିଛନ୍ତି। ଏହାଛଡା ସଂକ୍ରମଣର ଆଶଙ୍କା ଅଧିକ ଥିବା ଲୋକ ମଧ୍ୟ ଫାଇଜର ବୁଷ୍ଟର ଡୋଜ ନେଇପାରିବେ।
ଆମେରିକାର ଫୁଡ ଆଣ୍ଡ ଡ୍ରଗ ଆଡମିନଷ୍ଟ୍ରେସନର କାର୍ଯ୍ୟକାରୀ ମୁଖ୍ୟ ଜାନେଟ ଉଡକୁକ କହିଛନ୍ତି, ସପଂର୍ଣ୍ଣ ଭାବେ ବୈଜ୍ଞାନିକ ପଦ୍ଧତି ଓ ବିର୍ତ୍ତମାନ ଉପଲବ୍ଧ ଥିବା ତଥ୍ୟକୁ ଆଧାର କରି ଏଫଡିଏ ବୁଷ୍ଟର ଡୋଜ ପାଇଁ ଅନୁମତି ଦେଇଛି। ୬୫ ବର୍ଷରୁ ଅଧିକ ବୟସ୍କ, ବହୁ ବିଧି ରୋଗରେ ଥିବା ପ୍ରାପ୍ତ ବୟସ୍କ ଓ ସଂକ୍ରମଣ ଆଶଙ୍କା ଥିବା ବିଭାଗରେ କାମ କରୁଥିବା ଲୋକମାନେ ଫାଇଜର ଟିକାର ବୁଷ୍ଟର ଡୋଜ୍ ନେଇପାରିବେ ବୋଲି ସେ କହିଛନ୍ତି।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସବୁ ରାଷ୍ଟ୍ର ମୁଖ୍ୟମାନଙ୍କୁ ବୁଷ୍ଟର ଡୋଜ୍ ବ୍ୟବହାର ନ କରିବାକୁ ପରାମର୍ଶ ଦେଇଥିଲା। ଏହାଦ୍ୱାରା ଗରିବ ରାଷ୍ଟ୍ରଗୁଡ଼ିକ ପାଇଁ ଟିକା ଉପଲବ୍ଧ ହୋଇ ପାରିବ ବୋଲି ହୁ’ ଆଶା କରିଥିଲା। ହେଲେ ଏହାକୁ ବେଖାତିର କରି ଗୋଟିଏ ପରେ ଗୋଟିଏ ରାଷ୍ଟ୍ର ନିଜ ନାଗରିକଙ୍କ ପାଇଁ ବୁଷ୍ଟର ଡୋଜ୍ର ବ୍ୟବସ୍ଥା କରୁଛନ୍ତି। ଏଥିରେ ଏବେ ଆମେରିକା ଯୋଡ଼ି ହୋଇଯାଇଛି।
Powered by Froala Editor