ମଣିଷପଣିଆ ନାହିଁ, କୁକୁରଙ୍କୁ ବିଷ ଦେଇ ମାରିଦେଲେ
ଜୀବେ ଦୟା । ଏ ଉକ୍ତି କେବଳ କଥାରେ । କାମରେ ନୁହେଁ । କଟକ ଚୌଦ୍ୱାର ବ୍ଲକ୍ ଶଙ୍କରପୁର ବଜାରରେ ଜଣେ ଜଳଖିଆ ଦୋକାନୀ ଜଳଖିଆରେ ବିଷ ମିଶାଇ ୨୦ଙ୍କୁ ହତ୍ୟା କରିଛି । ଅତି ନୃଶଂସ ଭାବେ ଜଣେ ଜଳଖିଆ ଦୋକାନୀ ୨୦ଟି କୁକୁରଙ୍କୁ ମାରିଦେବା ଖବର ପ୍ରଚାର ହେବା ପରେ ଏ ଉକ୍ତି ତୁଚ୍ଛା ମନେ ହେଉଛି ।
ସୂଚନା ଅନୂଯାଇ ପ୍ରତିଦିନ କିଛି କୁକୁରମାନେ ଜଳଖିଆ ଦୋକାନ ସମ୍ମୁଖରେ ଶୋଇ ଜଳଖିଆ ଦୋକାନୀକୁ ହଇରାଣ କରୁଥିଲେ ଯାହା ଫଳରେ ଜଳଖିଆ ଦୋକନୀ ବ୍ୟଥିତ ହୋଇ ଏଭଳି ବିଭତ୍ସ କାଣ୍ଡ ଘଟାଇଛି । ଗୋଟିଏ ଗାଁରେ ମାତ୍ର ୩ଦିନ ଭିତରେ ୨୦ଟି କୁକୁରକୁ ଜୀବନରୁ ମାରିବା ଘଟଣାକୁ ନେଇ କିଛି ଗ୍ରାମବାସୀ ଥାନାର ଦ୍ୱାରସ୍ଥ ହୋଇଥିବା ଦେଖିବାକୁ ମିଳିଛି।
ମରି ପଡ଼ିଥିବା କୁକୁର ମାନେ ସେମିତି କାହାର କିଛି କ୍ଷତି କରିନଥିବା ବେଳେ କାହିଁକି ପ୍ରତିଦିନ ଏହି ଅଞ୍ଚଳରେ ୩ ରୁ ୪କୁକୁର ମରୁଛନ୍ତି ତାହାକୁ ନେଇ ଉଠିଛି ପ୍ରଶ୍ନ । ଗୁରୁତ୍ୱପୂର୍ଣ୍ଣ କଥା ହେଲା କେବଳ ଆଜି ଗୋଟିଏ ଦିନରେ ୧୦ଟି କୁକୁର ମରି ପଡ଼ିଥିବା ଦେଖି ଲୋକମାନେ ଏହାର କାରଣ ଖୋଜିବାରେ ଲାଗିଥିଲେ l ଜଣେ ଜଳଖିଆ ଦୋକାନୀ ବୁଲା କୁକୁରଙ୍କର ଉତ୍ପାତକୁ ନେଇ ଏହି କାଣ୍ଡ ଘଟାଇଥିବା ଜଣାପଡ଼ିବା ପରେ ସ୍ଥାନୀୟ ଲୋକମାନେ ଏକାଠି ହୋଇ ଏନେଇ ଥାନାରେ ମାମଲା ଦାୟର କରିଛନ୍ତି। ହେଲେ ପୋଲିସ ଏନେଇ କି କାର୍ଯ୍ୟାନୁଷ୍ଠାନ ନେଉଛି ତାହାକୁ ଅପେକ୍ଷା ରହିଛି। ପୂର୍ବରୁ ଭୁବନେଶ୍ୱର ପ୍ରଶାନ୍ତି ବିହାର ଅଂଚଳରୁ ଜୀବ ହତ୍ୟାର ଛାତିଥରା ଦୃଶ୍ୟ ସାମ୍ନାକୁ ଆସିଥିଲା।
Powered by Froala Editor