ପତ୍ନୀଙ୍କ ତଣ୍ଟି କାଟିଲା ଶିକ୍ଷକ ସ୍ୱାମୀ!
ବଲାଙ୍ଗିର: ସ୍କୁଲ ଭିତରେ ପଶି ଜଣେ ସ୍ୱାମୀ ଶିକ୍ଷୟିତ୍ରୀ ପତ୍ନୀଙ୍କ ତଣ୍ଟି କାଟିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ତେବେ ଶିକ୍ଷୟିତ୍ରୀ ପତ୍ନୀଙ୍କ ବେକରେ ସାମାନ୍ୟ ଆଘାତ ଲାଗିଥିବା ଜଣାଯାଇଛି । ପ୍ରାଥମିକ ଚିକିତ୍ସା ପରେ ସେ ସୁସ୍ଥ ଥିବା ଜଣାଯାଇଛି । ପୁଇଁତଳା ଥାନା ଦୁର୍ଗାପାଲ୍ଲୀ ଉଚ୍ଚ ବିଦ୍ୟାଳୟରେ ସ୍ୱାମୀ ଜଣକ ପଶି ତାଙ୍କ ଶିକ୍ଷୟିତ୍ରୀ ପତ୍ନୀଙ୍କ ତଣ୍ଟି କାଟିଦେଇଥିଲେ ।
ସବୁଠାରୁ ବଡ଼ କଥାହେଲା ଯେ ଅଭିଯୁକ୍ତ ସ୍ୱାମୀ ଜଣକ ବି ଜଣେ ଶିକ୍ଷକ ହୋଇଥିବା ଜଣାଯାଇଛି । ତେବେ ଅଭିଯୁକ୍ତ ସ୍ୱାମୀଙ୍କୁ ଅଟକ ରଖାଯାଇଥିବାବେଳେ କେଉଁ କାରଣରୁ ସେ ସ୍କୁଲରେ ପଶି ଏଭଳି କାଣ୍ଡ ଭିଆଇଲେ ସେନେଇ କିଛି ଜଣାପଡ଼ିନାହିଁ ।
Powered by Froala Editor